ଭୁବନେଶ୍ୱରରେ ଷ୍ଟେସନ କୁଲିଙ୍କୁ ପ୍ରଣାନ୍ତକ ଆକ୍ରମଣ, ପିଟି ପିଟି ରାସ୍ତା କଡରେ ଫିଙ୍ଗିଦେଲେ

Advertisment
ଅଟୋ ଡ୍ରାଇଭର ଓ ସହଯୋଗୀଙ୍କ ଆକ୍ରମଣରେ ଯୁବକ ମୃତ

Sambad English

ଭୁବନେଶ୍ୱର: ସ୍ଥାନୀୟ ରେଲୱେ ଷ୍ଟେସନରେ କାର୍ଯ୍ୟରତ ଜଣେ କୁଲିକୁ ପ୍ରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୁତ୍ତ ଲୁହା ଛଡ଼ରେ ପିଟିପିଟି ଭୁବନେଶ୍ୱର ରୁ ନେଇ ବାଳକାଟି ପାଖ ପୁରୀ କେନାଲ କଡରେ ଫିଙ୍ଗି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ହେଉଛନ୍ତି ନୟାଗଡ଼ର ଦଶପଲ୍ଲା ନୂଆଗାଁର ବିଜୁ ନାୟକ। ସେ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ପାଖରେ ରହି କୁଲି କାମ କରୁଥିଲା। ଆକ୍ରମଣରେ ତା'ର ହାତ ଭାଙ୍ଗିବା ସହ ବେକରେ ଆଘାତ ଲାଗିଛି। ମଦ ପିଇବା ପାଇଁ ଟଙ୍କା ଦେବା ନେବାକୁ ନେଇ ଅନ୍ୟ ଶ୍ରମିକଙ୍କ ସହ ତାର ଗଣ୍ଡଗୋଳ ହେଇଥିଲା। ଆଜି ଅପରାହ୍ନରେ ସେମାନେ ଏକାଠି ଏକ ଅଟୋରେ ମଦ ପିଇବା ପାଇଁ ଯାଇଥିଲେ। ସେଠାରେ ଗଣ୍ଡଗୋଳ ହେବା ସହ ବିଜୁକୁ ସେମାନେ ପିଟିଥିଲେ। ଷ୍ଟେସନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ବାଲିଅନ୍ତା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe