ଭୁବନେଶ୍ୱର : ଲିଙ୍ଗରାଜ ଷ୍ଟେସନ୍ ନିକଟରେ ଥିବା ଦେଶୀ ମଦ ଭାଟିର ମାଲିକକୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ମଦ ବ୍ୟବସାୟୀ ଖଣ୍ଡି ପଠାଣ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏନେଇ ରେଳବାଇ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନାନୁଯାୟୀ କାରଗିଲ୍ ବସ୍ତିର ସଂଗ୍ରାମ କେଶରୀ ବେହେରା ନାମକ ଜଣେ ଯୁବକ ଆଜି ରାତି ପ୍ରାୟ ୯ଟା ବେଳେ ଖଣ୍ଡିର ମଦ ଦୋକାନକୁ ଯାଇ ତା ବାପାକୁ କାହିଁକି ମଦ ଦେଉଛୁ ବୋଲି ପଚାରିଥିଲା। ଏହି କଥାକୁ ନେଇ ସଂଗ୍ରାମ ଓ ଖଣ୍ଡି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ସଂଗ୍ରାମ ଉତ୍ତ୍ୟକ୍ତ ହୋଇ ସାଙ୍ଗରେ ଆଣିଥିବା ଏକ ଛୁରିରେ ଖଣ୍ଡି ଓ ତା ସ୍ତ୍ରୀକୁ ଆକ୍ରମଣ କରିଥିଲା। ସେମାନେ ଚିତ୍କାର କରିବାରୁ ସଂଗ୍ରାମ ଓ ତାର ଜଣେ ସହଯୋଗୀ ସେଠାରୁ ଫେରାର୍ ହୋଇଯାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us