ଦେହରେ କାଦୁଅ ପାଣି ପଡ଼ିବାରୁ.., ମହିଳାଙ୍କୁ ନିସ୍ତୁକ ପିଟିଲେ, ରାସ୍ତା ଉପରେ ଗୋଡ଼ ଧରି ଭୁଲ୍ ମଗାଇଲେ

ଅଭିଯୁକ୍ତ ଗିରଫ

ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

Image Courtesy of DT Next

ଭୁବନେଶ୍ବର: ଦେହରେ କାଦୁଅ ପାଣି ପଡ଼ିବାରୁ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ରାସ୍ତା ଉପରେ ଗୋଡ଼ ଧରି ଭୁଲ୍ ମଗାଇବା ଅଭିଯୋଗରେ ଭରତପୁର ପୁଲିସ୍ ଅଭିଯୁକ୍ତ ପ୍ରଭାସ କୁମାର ଦଳାଇକୁ ଗିରଫ କରିଛି। ଏହି ମାମଲାର ସାମିଲ ଥିବା ଅନ୍ୟ ଜଣେ ମହିଳା ଅଭିଯୁକ୍ତ ଫେରାର୍‌ ଅଛନ୍ତି। ପ୍ରଭାସର ଘର ଖଣ୍ଡଗିରିବାରି ଅଞ୍ଚଳରେ।

ସୂଚନା ଅନୁଯାୟୀ, ଏକ ଘରୋଇ ବ୍ୟାଙ୍କ୍‌ରେ କାର୍ଯ୍ୟରତ ସୁଜାତା ମଲ୍ଲିକ ଗତକାଲି ନିଜ କାର୍‌ରେ ବ୍ୟାଙ୍କ୍‌କୁ ଯାଉଥିବା ବେଳେ ଖଣ୍ଡଗିରିବାରି ନିକଟରେ ପ୍ରଭାସ ତାଙ୍କୁ ଗାଡ଼ିରୁ ଘୋଷାରି ଆଣି ମାଡ଼ ମାରିଥିଲା। ପରେ ପ୍ରଭାସର ଜଣେ ସଂପର୍କୀୟ ମହିଳା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସୁଜାତାଙ୍କୁ ମାଡ଼ ମାରିଥିଲେ। ଦୁହେଁ ସୁଜାତାଙ୍କ କାର୍‌କୁ ବି ଭଙ୍ଗାରୁଜା କରିଥିଲେ। କାହିଁକି କାଦୁଅ ପାଣି ଆମ ଉପରେ ପଡ଼ିଲା, ସେଥିପାଇଁ ରାସ୍ତା ଉପରେ ଗୋଡ଼ ଧରି ଭୁଲ ମାଗିବାକୁ ଦୁହେଁ ତାଙ୍କୁ ବାଧ୍ୟ କରିଥିଲେ। ଏ ସଂପର୍କରେ ସୁଜାତା ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe