ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Advertisment
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା: କମିସନରେଟ୍ ଅଧୀନସ୍ଥ ବାଲିପାଟଣା ଥାନା ସୁମୂଦି ଗ୍ରାମର ରାଜୀବ ଲୋଚନ ସ୍ୱାଇଁ ଓରଫ ରିଣ୍ଟୁଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣକାରୀଙ୍କ କଟୁରି ଚୋଟରେ ଯୁବକଙ୍କୁ ଲହୁ ଲୁହାଣ ଅବସ୍ଥାରେ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି।  ଏହି ଘଟଣାରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖିଛି।
ସୂଚନା ଅନୁସାରେ , ରିଣ୍ଟୁଆ ଓ ପଡ଼ୋଶୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ଭୋରୁ ରିଣ୍ଟୁଆକୁ ସୁମୂଦି ବଜାରର ଏକ ଚା’ ଦୋକାନରେ ଠିଆ ହୋଇଥିବା ବେଳେ ପଡ଼ିଶା ଘରର ୨ ଜଣ ବ୍ୟକ୍ତି ଅତର୍କିତ କଟୁରିରେ ଆକ୍ରମଣ କରିଥିଲେ। ଏହାଫଳରେ ତାର ବାମ ହାତ ଏବଂ ନାକରେ ଗଭୀର ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ରାଜୀବ ଲୋଚନ ସ୍ୱାଇଁଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ବାଲିପାଟଣା ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe