ପ୍ରାଣାନ୍ତକ ଆକ୍ରମଣରେ ଦୁଇ ଯୁବକ ଗୁରୁତର

Advertisment
ପ୍ରାଣାନ୍ତକ ଆକ୍ରମଣରେ ଦୁଇ ଯୁବକ ଗୁରୁତର

timesofindia.indiatimes.com

ବାଲିଅନ୍ତା : ମହିଳା ମଣ୍ଡଳ ଗୋଷ୍ଠୀ ଋଣ ଟଙ୍କା ଦେବାକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଅଧୀନ ଚିଙ୍ଗୁଡ଼ିଆ ଗ୍ରାମରେ ଦୁଇ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଯୁବକଦ୍ବୟ ହେଲେ, ପ୍ରଦୀପ ସାହୁ (୩୩) ଓ ନୃସିଂହ ଚରଣ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରସାହୁ(୩୨। ପ୍ରଦୀପ ଓ ନୃସିଂହଙ୍କ ମୁହଁ, ପେଟ ଓ ତଣ୍ଟିରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ଲାଗି ବରମୁଣ୍ଡାସ୍ଥିତ ଏକ ଘରୋଇ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ପ୍ରଦୀପଙ୍କ ଓଠ ଓ ତଣ୍ଟି ଏବଂ ନୃସିଂହଙ୍କ ଶରୀରର ଏକାଧିକ ସ୍ଥାନରେ ଷ୍ଟିଚ୍‌ ପଡ଼ିଛି। ସେମାନଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାଯାଇଛି। ଅପରପକ୍ଷେ ପ୍ରଦୀପଙ୍କ ବାପା ପ୍ରସନ୍ନ ସାହୁ ଓ ନୃସିଂହଙ୍କ ବାପା ନାରାୟଣ ସାହୁ ଏନେଇ ଗ୍ରାମର ବିଜୟ ସ୍ବାଇଁ (୪୬)ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ବିଜୟ ଗ୍ରାମର ଗୋଟିଏ ମହିଳା ମଣ୍ଡଳ ଗୋଷ୍ଠୀଙ୍କଠାରୁ ଋଣ ନେଇଥିଲେ। କିନ୍ତୁ ଋଣ ଟଙ୍କା ଦେବାରେ ଖିଲାପ କରିବାରୁ ଗତ ରାତି ସାଢ଼େ ୧୦ଟାରେ ଗୋଷ୍ଠୀ ସଦସ୍ୟାମାନଙ୍କ ସହ ତାଙ୍କର ବଚସା ହୋଇଥିଲା। ବିଜୟ ସେମାନଙ୍କୁ ଗାଳିଗୁଲଜ କରିବାରୁ ପ୍ରଦୀପ ଓ ନୃସିଂହ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜୟ ପାଖରେ ରଖିଥିବା ବ୍ଲେଡ୍‌ରେ ଦୁହିଁଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe