ଥାନାରେ ଅଭିଯୋଗ କରିବାରୁ ସଂଘବଦ୍ଧ ଆକ୍ରମଣ

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଥାନାରେ ଅଭିଯୋଗ କରିବାରୁ ବାପ-ପୁଅ ଓ ତାଙ୍କର କିଛି ସହଯୋଗୀ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକ ଜଣକ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଗ୍ରାମର ପ୍ରଦୋଷ କୁମାର ପଟ୍ଟନାୟକ। ଏନେଇ ପ୍ରଦୋଷଙ୍କ ବାପା ଶରତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, କିଛିଦିନ ତଳେ ବାହଦଲପୁର ଗ୍ରାମର ଦେବରାଜ ବେହେରା ପଥର ଥୋଇ ଗାଁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏନେଇ ଗାଁ ଲୋକେ ଦେବରାଜଙ୍କୁ ବିରୋଧ କରିଥିଲେ। ପ୍ରଦୋଷ ମଧ୍ୟ ଗାଁ ଲୋକଙ୍କ ସହ ମିଶି ସେ ସମୟରେ ବିରୋଧ କରିଥିଲା। ଦେବରାଜ ଏବଂ ତାଙ୍କ ଦୁଇ ପୁଅ ଦିଲୁ ଓ ସିଲୁ ପ୍ରଦୋଷକୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ପ୍ରଦୋଷ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଥାନାରେ କାହିଁକି ଅଭିଯୋଗ ଦେଲୁ ବୋଲି ପ୍ରଶ୍ନ କରି ଆଜି ଦେବରାଜ ଓ ତାଙ୍କ ଦୁଇ ପୁଅ ଆସି ଗଣ୍ଡଗୋଳ କରିଥିଲେ। ପ୍ରଦୋଷ ବିରୋଧ କରିବାରୁ ଦେବରାଜଙ୍କ ଦୁଇ ପୁଅ କିଛି ସହଯୋଗୀଙ୍କୁ ଆଣି ଠେଙ୍ଗାରେ ପ୍ରଦୋଷଙ୍କୁ ଆକ୍ରମଣ କରିଥିଲେ। ପ୍ରଦୋଷଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe