Times of India
ଭୁବନେଶ୍ବର : ସକାଳୁ ସକାଳୁ ଚକେଇସିଆଣି ଅଞ୍ଚଳ ଅଶାନ୍ତ ହୋଇ ଉଠିଥିଲା। ବାଇକ୍ରେ ଥିବା ଦୁଇ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ହାଣି ପକାଇଥିଲେ। ଆକ୍ରମଣର ଶିକାର ହୋଇଥିବା ବିଶ୍ବଜିତ ସୁତାର(ରିଙ୍କୁ)ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ପଠାଯାଇଥିଲା। ଘଟଣା ପରେ ସେଠାରେ କୋକୁଆଭୟ ଖେଳିଯାଇଥିଲା।
ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଚକେଇସିଆଣି କ୍ଲବ ଅଞ୍ଚଳର ମୁକେଶ ନାୟକ ଘରୁ ବାହାରକୁ ବାହରୁଥିବା ସମୟରେ ହଠାତ୍ ଏକ ପଲସର୍ ବାଇକ୍ରେ ଆସି ସେଠାରେ ଅଟକିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ରିଙ୍କୁକୁ ଖୋଜିଥିଲେ। ପାଟି ଶୁଣି ଘର ଭିତରୁ ରିଙ୍କୁ ବାହାରକୁ ବାହାରି ଆସିଥିଲେ। ତାଙ୍କୁ ଦେଖିବା ମାତ୍ରେ ଯୁବକମାନେ ହଠାତ୍ ଖଣ୍ଡା ବାହାର କରି ଆକ୍ରମଣ କରିବାକୁ ବାହାରିଥିଲେ। ଅତର୍କିତ ଆକ୍ରମଣ ଯୋଗୁଁ ରିଙ୍କୁ ଦୌଡ଼ି ପାରିନଥିଲେ। ତେଣୁ ଦୁର୍ବୃତ୍ତଦ୍ବୟ ତାଙ୍କୁ ଗୋଟିଏ ପରେ ଗୋଟିଏ ଚୋଟ ମାରି ଚାଲିଥିଲେ। ଜୀବନ ବିକଳରେ ରିଙ୍କୁ ଦୌଡ଼ିଥିଲେ ବି ଯୁବକମାନେ ତାଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ହାଣି ଚାଲିଥିଲେ। ଆକ୍ରମଣ ଦେଖି ଆଖପାଖ ଲୋକମାନେ ଦୁଇ ଯୁବକଙ୍କୁ କାବୁ କରିବା ପାଇଁ ଗୋଡ଼ାଇଥିଲେ। ହେଲେ ଉଭୟ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ଖଣ୍ଡାଚୋଟ ଯୋଗୁଁ ଗୁରୁତର ଆହତ ହୋଇଥିବା ରିଙ୍କୁଙ୍କୁ ତାଙ୍କ ସାଙ୍ଗ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Follow Us