ବାଲିପାଟଣା : ଜମିବାଡ଼ି ବିବାଦରୁ ଯୁବକଙ୍କୁ ଆକ୍ରମଣ

ବାଲିପାଟଣା : ଜମିବାଡ଼ି ବିବାଦରୁ ଯୁବକଙ୍କୁ ଆକ୍ରମଣ

Photo by : patrika.com

ବାଲିପାଟଣା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି। ଆକ୍ରମଣ ଶିକାର ଯୁବକ ହେଲେ, ନିହାର ରଞ୍ଜନ ମିଶ୍ର। ଘର ବାଲିପାଟଣା ଥାନା ସାହିରେ। ନିହାରଙ୍କ ଅଭିଯୋଗ ଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ର କରି ପଡ଼ୋଶୀଙ୍କ ସହ ତାଙ୍କର ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। କିଛି ଦିନ ତଳେ ବିବାଦୀୟ ଜମିରେ ପଡ଼ୋଶୀ ନିର୍ମାଣ କାର୍ଯ୍ୟ କରିବାରୁ ନିହାର ଓ ତାଙ୍କ ପରିବାର ବିରୋଧ କରିଥିଲେ। ଏହି କଥାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ପ୍ରରୋଚନାରେ ସ୍ଥାନୀୟ ମହୁଖଣ୍ଡା ଅଞ୍ଚଳର ୨ଜଣ ଯୁବକ ଶୁକ୍ରବାର ସନ୍ଧ୍ୟାରେ ନିହାରଙ୍କୁ ବଜାରରେ ଗାଳିମନ୍ଦ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଅପରପକ୍ଷରୁ ଅଭିଯୋଗକ୍ରମେ ଏକ ପାଲଟା ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe