ମୋଷ୍ଟୱାଣ୍ଟେଡ୍ ଟୁଟୁ ଆତଙ୍କ : ବାପାକୁ ହାଣିଥିଲେ, ଏବେ ପୁଅକୁ

Advertisment

ଅଭିଯୋଗ କରିବାରୁ ଖଣ୍ଡାଚୋଟ

ଅଭିଯୋଗ କରିବାରୁ ଖଣ୍ଡାଚୋଟ

ମୋଷ୍ଟୱାଣ୍ଟେଡ୍ ଟୁଟୁ ଆତଙ୍କ : ବାପାକୁ ହାଣିଥିଲେ, ଏବେ ପୁଅକୁ

ଭୁବନେଶ୍ୱର : ବାପାକୁ ହାଣିଥିଲେ, ଏବେ ପୁଅକୁ। ଦୁର୍ବୃତ୍ତ ଖଣ୍ଡାଚୋଟରେ ଗୁରୁତର ହୋଇଛନ୍ତି ଯୁବକ। ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ପାନ ବରଜ ସାହିରେ। ଗୁରୁତର ଆହତ ଯୁବକ ହେଲେ ଲୋକନାଥ ମଜୁମଦାର। ଖଣ୍ଡାଚୋଟରେ ଲୋକନାଥଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ମୋଷ୍ଟୱାଣ୍ଟେଡ ଟୁଟୁ ରାଉତ ଆଜି ଏହି କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ ସୂଚନା ଅନୁସାରେ, ଟୁଟୁ ପୂର୍ବରୁ ଦାଦାବଟି ପାଇଁ ଲୋକନାଥଙ୍କ ବାପା ଦୟାଲହରି ମଜୁମଦାରଙ୍କ ଘରେ ପଶି ଗାଡ଼ି ପୋଡ଼ି ଦେଇଥିଲା। ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଟୁଟୁ ଓ ତା’ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନରେ ମୁକୁଳିବା ପରେ ଗତ ଜୁଲାଇ ୨୨ ତାରିଖରେ ସହଯୋଗୀମାନଙ୍କ ସହ ମିଶି ଦୟାଲହରିଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲା। ଏହି ଘଟଣାରେ ଟୁଟୁର ସହଯୋଗୀ ଗିରଫ ହୋଇଥିଲେ। କିନ୍ତୁ ଟୁଟୁ ଫେରାର ହୋଇ ଯାଇଥିଲା। ଏହି ମାମଲାରେ ଲୋକନାଥ ଅଭିଯୋଗକାରୀ ଥିଲେ। ଥାନାରେ ଅଭିଯୋଗ କରିଥିବାରୁ ଟୁଟୁ ଆଜି ରାତିରେ ଦୁଇ ସହଯୋଗୀଙ୍କ ସହ ମିଶି ଖଣ୍ଡାରେ ଲୋକନାଥଙ୍କୁ ହାଣି ପକାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଟୁଟୁ ନାଁରେ ୧୦ରୁ ଅଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe