ହଳଦୀପଡ଼ିଆରେ ଆତଙ୍କ : ଦାଦାବଟି ପାଇଁ ହାଣିଦେଲେ, ଜଣେ ଗିରଫ, ଜଣେ ଫେରାର

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର : ବ୍ରାଉନସୁଗାର କାରବାର, ଅପରାଧପ୍ରବଣ ଅଞ୍ଚଳକୁ ନେଇ ଚର୍ଚ୍ଚାରେ ରହୁଥିବା ଲକ୍ଷ୍ମୀସାଗର ହଳଦୀପଡ଼ିଆରେ ଆତଙ୍କ। ଦାଦାବଟି ନ ଦେବାରୁ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଦେଇଛନ୍ତି ଦୁଇ ଦୁର୍ବୃତ୍ତ। ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍‌ ହୋଇଯାଇଛି। ଗିରଫ ଅଭିଯୁକ୍ତ ହେଲା, ଅଶୋକ ଭୋଇ ଓରଫ୍ କାଳିଆ। ଫେରାର୍‌ ଅଭିଯୁକ୍ତ ହେଲା ମୁନା ମହାରଣା। ପୁଲିସ ସୂଚନା ଅନୁସାରେ, ସୁନୀଲ ସେଠୀ ନାମକ ଜଣେ ଯୁବକ ଗତକାଲି ହଳଦୀପଡ଼ିଆରେ ଚାଲି ଚାଲି ଯାଉଥିବା ବେଳେ କାଳିଆ ଓ ମୁନା ତାଙ୍କୁ ଅଟକାଇ ଦାଦାବଟି ମାଗିଥି‌ଲେ। କିନ୍ତୁ ସୁନୀଲ ମନା କରିବାରୁ ଅଭିଯୁକ୍ତଦ୍ବୟ ତାଙ୍କୁ ଖଣ୍ଡାରେ ହାଣିବା ସହ ମନିପର୍ସ ଓ ମୋବାଇଲ ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe