କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଆକ୍ରମଣ

Advertisment
କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଆକ୍ରମଣ

Catch News

ଭୁବନେଶ୍ବର: ହସ୍ପିଟାଲ୍‌ରେ କ୍ୟାବିନ୍‌ ନ ମିଳିବାରୁ ନିର୍ଦ୍ଦେଶକଙ୍କୁ ଆକ୍ରମଣ ହୋଇଛି। ଏନେଇ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ସୁକାନ୍ତ ଦାସଙ୍କ ପତ୍ନୀ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରସବ ପରେ ତାଙ୍କୁ ୱାର୍ଡରୁ ‌କ୍ୟାବିନ୍‌‌କୁ ନେବା ପାଇଁ ସୁକାନ୍ତ ଆବେଦନ କରିଥିଲେ।

ତିନି ଦିନ ପରେ ମଧ୍ୟ ତାଙ୍କୁ କ୍ୟାବିନ୍‌ ଦିଆଯାଇନଥିଲା। ଏନେଇ ସେ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ ବେଳେ କଥା କଟାକଟି ହୋଇଥିଲା। ରାଗି ଯାଇ ସେ କର୍ତୃପକ୍ଷଙ୍କୁ ହାତ ଉଠାଇବା ସହ ହୋ ହଲ୍ଲା କରିଥିଲେ। ସିକ୍ୟୁରିଟି ଗାର୍ଡ ଓ ନର୍ସିଂ କର୍ମଚାରୀଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe