ଟ୍ରାଫିକ୍‌ ପୁଲିସକୁ ଆକ୍ରମଣ, ଅଭିଯୁକ୍ତ ଗିରଫ

Advertisment
ପ୍ରମାଣପତ୍ର ଜାଲିଆତି ଅଭିଯୋଗ, ଜନସେବା କେନ୍ଦ୍ର ମାଲିକ ଗିରଫ

ଭୁବନେଶ୍ବର: ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ଆଇଗିଣିଆର କୁନା ଭୋଇ(୪୭)କୁ ଗିରଫ କରିଛି। ଏହି ମାମଲାରେ କୁନାର ଆଉ ଦୁଇ ସହଯୋଗୀ ଫେରାର୍‌ ଅଛନ୍ତି ଏବଂ ସେମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ କୋଳଥିଆ ଅଞ୍ଚଳରେ ଥିବା କ୍ରିଷ୍ଣା ପ୍ଲାଏ ଉଡ୍ ନିକଟରେ ଟ୍ରାଫିକ୍‌ ପୁଲିସ ଦେବାଶିଷ ମହାନ୍ତିଙ୍କ ନେତୃତ୍ବରେ ଟ୍ରାଫିକ୍‌ ଚେକିଂ ଚାଲିଥିଲା। ଏତିକିବେଳେ କୁନା ଓ ଦୁଇ ସହଯୋଗୀ ଏକ ବାଇକ୍‌ ଯୋଗେ ରଙ୍ଗ୍‌ ରୁଟ୍‌ରେ ଆସୁଥିଲେ।

ସେମାନେ କେହି ବି ହେଲ୍‌ମେଟ୍‌ ପିନ୍ଧିନଥିଲେ। ଟ୍ରାଫିକ୍‌ ପୁଲିସ ସେମାନଙ୍କୁ ଅଟକାଇ ଗାଡ଼ି ସାଇଡ୍ କରିବାକୁ କହିଥିଲା। କିନ୍ତୁ ସେମାନେ ବାଇକ୍‌ ରଖିବା ସହ ହଠାତ୍ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଅତର୍କିତ ଆକ୍ରମଣରେ ଜଣେ ଟ୍ରାଫିକ୍‌ କର୍ମଚାରୀ ଆହତ ହୋଇଥିଲେ। ଏହି ମଉକାରେ କୁନା ଓ ତା’ ସହଯୋଗୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ କର୍ମଚାରୀମାନେ ମୁଖ୍ୟ ଅଭିଯୁକ୍ତ କୁନାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ିବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe