The News Minute
ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ଜମି ଆସୁଥିବା ବେଳେ ରାଜଧାନୀରେ ପ୍ରଥମ ରାଜନୈତିକ ହିଂସା ଘଟିଛି। ଆଜି ବିଳମ୍ବିତ ରାତିରେ ୪୫ ନମ୍ବର ୱାର୍ଡର ଜନୈକ କର୍ପୋରେଟର ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ବୀଭତ୍ସ ଭାବେ ହାଣି ପକାଇଛନ୍ତି। ତାଙ୍କ ପରିଚୟ ମିଳି ପାରିନାହିଁ।
ବଡ଼ଗଡ଼ କେନାଲ ରୋଡ୍ରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କର ଶହ ଶହ ସମର୍ଥକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ତଦନ୍ତ ଆରମ୍ଭ କରିଥିବା ବେଳେ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ କରିଛି।
Follow Us