ଜଙ୍ଗଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା, ଜେଲ ଗଲା ଅଟୋଚାଳକ

ବହୁ ଚର୍ଚ୍ଚିତ ହତ୍ୟା ଘଟଣା ମାମଲା: କୋର୍ଟ ଭିତରେ ପତ୍ନୀ ‌ହତ୍ୟା, ଅଭିଯୁକ୍ତ ରମେଶକୁ ଆଜୀବନ କାରାଦଣ୍ଡ

Spokane Public Radio

ବାରଙ୍ଗ: ପିଜି ଏଣ୍ଟ୍ରାନ୍‌ସ ପାଇଁ ଭୁବନେଶ୍ବର ଆସୁଥିବା ଜଣେ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରିଥିବା କାମୁକ ଅଟୋଚାଳକ ଦିଲ୍ଲୀପ ମହାପାତ୍ରକୁ ଆଜି ବାରଙ୍ଗ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତର ଅଟୋକୁ ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏବେଳେ ଅଟୋଚାଳକ ଦିଲ୍ଲୀପ ମୁଣ୍ଡଳୀ ନିକଟସ୍ଥ ଲଟାବାସେଳୀ ଜଙ୍ଗଲରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ତେବେ ଛାତ୍ରୀଜଣକ ତା କବଳରୁ ଖସି ଦୌଡ଼ୁଥିବାବେଳେ ସ୍ଥାନୀୟ ଜଣେ ସାମ୍ବାଦିକ ଓ ତାଙ୍କ ବନ୍ଧୁ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ସେମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଭିଯୁକ୍ତ ଦିଲ୍ଲୀପକୁ ଧରି ସେମାନେ ପୁଲିସ ଜିମା ଦେଇଥିଲେ। ସୂଚନାଯୋଗ୍ୟ, କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ଦିଲ୍ଲୀପର ଅଟୋ ଭଡ଼ା କରି ଛାତ୍ରୀଜଣକ ଭୁବନେଶ୍ବର ଆସୁଥିଲେ। ପିଜି ପ୍ରବେଶିକା ପରୀକ୍ଷା ଦେବାକୁ ସେ ଭୁବନେଶ୍ବର ଆସୁଥିଲେ। ବାରଙ୍ଗ ବାଟ ଦେଇ ଗଲେ ପାଖ ହେବ କହି ଅଭିଯୁକ୍ତ ଦିଲ୍ଲୀପ ତାଙ୍କୁ ଫୁସୁଲାଇଥିଲା ଓ ମୁଣ୍ଡଳୀ ନିକଟ ନିଛାଟିଆ ଲଟାବାସେଳୀ ଜଙ୍ଗଲକୁ ନେଇ ଯାଇଥିଲା। ଜଙ୍ଗଲ ଭିତରକୁ ଯିବା ଦେଖି ଛାତ୍ରୀ ଜଣକ ପ୍ରାଣ ବିକଳରେ ଅଟୋରେ ଡେଇଁ ଦୌଡ଼ିଥିଲେ। ଦିଲ୍ଲୀପ ମଧ୍ୟ ତାଙ୍କୁ ଗୋଡ଼ାଇଥିଲା। ତେବେ ସୌଭାଗ୍ୟକୁ ଛାତ୍ରୀଜଣକ ସ୍ଥାନୀୟ ସାମ୍ବାଦିକ ତୁଷାର ବେହେରା ଓ ତାଙ୍କ ସାଙ୍ଗଙ୍କ ହାବୁଡ଼ରେ ପଡ଼ି ରକ୍ଷା ପାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe