କୋଭିଡ୍ ଡ୍ୟୁଟି ପଡ଼ିବାରୁ ଛାତ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

Advertisment
କ୍ୟାପିଟାଲ ହସ୍ପିଟାଲ: ସିବିସି ମେସିନ୍ ଖରାପ, ହୋଇପାରୁନି ରକ୍ତ ପରୀକ୍ଷା

image source--capitalhospital.nic.in

ଭୁବନେଶ୍ବର: କୋଭିଡ୍ ଫିଲ୍ଡ ଡ୍ୟୁଟିକୁ ବିରୋଧ କରି କ୍ୟାପିଟାଲ ହସ୍ପିଟାଲରେ ଆଜି ଅପରାହ୍ନରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ହସ୍ପିଟାଲ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ଛାତ ଉପରକୁ ଚଢ଼ିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବେଶ୍ କିଛି ସମୟ ଧରି ହସ୍ପିଟାଲ କର୍ମଚାରୀ, ଫାଣ୍ଡି ଓ କ୍ୟାପିଟାଲ ଥାନା ପୁଲିସ କସରତ କରିବା ପରେ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ସତ୍ୟ ମହାରଣାଙ୍କୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ। ପୁଲିସ ସତ୍ୟଙ୍କ ପରିବାର ଲୋକଙ୍କୁ ଡାକି ତାଙ୍କୁ ଜିମା ଦେଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, କୋଭିଡ୍ ଡ୍ୟୁଟି ଲାଗି ଓକାକ୍ ପକ୍ଷରୁ କେତେକ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ ନିୟୋଜିତ ହୋଇଛନ୍ତି। ଉଭୟ ଡାଟା ଏଣ୍ଟ୍ରି ଓ ଫିଲ୍ଡ ଡ୍ୟୁଟିରେ ସମ୍ପୃକ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଫିଲ୍ଡ ଡ୍ୟୁଟି କରିବା ପାଇଁ ସତ୍ୟ ମନା କରୁଥିଲେ। କିନ୍ତୁ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିଲେ। ଫଳରେ ଆଜି ଅପରାହ୍ନରେ ସତ୍ୟ ହସ୍ପିଟାଲ ଛାତ ଉପରେ ଚଢ଼ି ଯାଇ ତଳକୁ ଡେଇଁବାକୁ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe