ଯୌତୁକ ପାଇଁ ପତ୍ନୀକୁ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ଭୁବନେଶ୍ବର: ଯୌତୁକ ପାଇଁ ପତ୍ନୀଙ୍କୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସ୍ବାମୀକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଅଭିଯୁକ୍ତ ସ୍ବାମୀ ହେଉଛି, ଦୁର୍ଗାମାଧବ ନଗରର ପ୍ରଭୁଦତ୍ତ ବେହେରା। ପ୍ରଭୁଦତ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ।

ଖବର ଅନୁସାରେ, ପୁରୁଣା ଭୁବନେଶ୍ବରର ଗୌରୀ ସେଠୀ ଦୀର୍ଘ ୨ବର୍ଷ ହେବ ନୟାଗଡ଼ ଦଶପଲ୍ଲାର ପ୍ରଭୁଦତ୍ତ ବେହେରାଙ୍କୁ ପ୍ରେମ କରୁଥିଲେ। ଗୌରୀଙ୍କ ଘର ଲୋକେ ବିବାହ ପାଇଁ ଅରାଜି ହେବାରୁ ଗତ ଜାନୁଆରି ମାସରେ ସେ ପ୍ରଭୁଙ୍କ ସହ ଘର ଛାଡ଼ି ଚାଲି ଯାଇଥିଲେ। ପରେ ଉଭୟ ମନ୍ଦିରରେ ବିବାହ କରିଥିଲେ। ବିବାହର କିଛି ମାସ ଠିକ୍‌ଠାକ୍ ଚାଲିଥିବା ବେଳେ ଗତ ଜୁଲାଇ ମାସରୁ ପ୍ରଭୁଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଇଥିଲେ। ଗୌରୀଙ୍କୁ ବାପ ଘରୁ ଯୌତୁକ ବାବଦକୁ ଟଙ୍କା ଓ ଗହଣା ଆଣିବାକୁ କହିଥିଲେ। ପରେ ପ୍ରଭୁ ବି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଗୌରୀଙ୍କୁ ମାଡ଼ ମାରିବ ସହ ତାଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରିଥିଲେ। ଗୁରୁତର ଅବସ୍ଥାରେ ଗୌରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ସେ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ପ୍ରଭୁକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe