ଭୁବନେଶ୍ବର : ପତ୍ନୀର ତଣ୍ଟି କାଟି ହତ୍ୟା ଉଦ୍ୟମ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ସେ ହେଲା, ରଘୁନାଥ ନଗରର ସୋମନାଥ ମଲିକ(୩୮)।
ସୋମନାଥ ସପରିବାରେ ରଘୁନାଥନଗରସ୍ଥିତ ଶୁକବିହାରରେ ରୁହନ୍ତି। ନିଶା ଖାଇ ଅନେକ ସମୟରେ ଘରେ ପତ୍ନୀଙ୍କ ସହ ଝଗଡ଼ା କରନ୍ତି। ଏପରିକି ମାର୍ଧର କରୁଥିବା ନେଇ ମଧ୍ୟ ପୂର୍ବରୁ ଥାନାରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୋମନାଥଙ୍କର ପତ୍ନୀଙ୍କ ସହ କୌଣସି କାରଣରୁ କଳହ ହୋଇଥିଲା। ଏଥିରେ ରାଗିଯାଇ ସୋମନାଥ ଏକ ବ୍ଲେଡ୍ରେ ପତ୍ନୀଙ୍କ ବେକକୁ କାଟି ପକାଇଥିଲେ। ପତ୍ନୀ ଘରୁ ବାହାରି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଏବଂ ସୋମନାଥକୁ କାବୁ କରି ଘରେ ବନ୍ଦୀ କରି ରଖିଥିଲେ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପତ୍ନୀଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି।
Follow Us