ବାଲିଅନ୍ତା : ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ

Advertisment
ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ହାତଗୋଡ଼ ବନ୍ଧା ଅବସ୍ଥାରେ ସମୁଦ୍ରରୁ ମୃତଦେହ ଉଦ୍ଧାର

Bengal Daily

ବାଲିଅନ୍ତା : ଆଜି ଅପରାହ୍ନ ପ୍ରାୟ ୩ଟାବେଳେ ବାଳକାଟି ସାଇଫନ୍‌ ଛକ ନିକଟରୁ ବାଲିପାଟଣା ଥାନା ଝିଣ୍ଟିପାଟଣା ଗ୍ରାମର ଲୋଚନ ସାହୁଙ୍କ ପୁଅ ନିରଞ୍ଜନ ସାହୁ(୩୦)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡ, ହାତ ଓ କାନମୁଣ୍ଡାରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପଥରରେ ମୁଣ୍ଡକୁ ଛେଚି କେହି ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ନିରଞ୍ଜନଙ୍କ ସାଙ୍ଗ କାଳିଆ ଘରୁ ଡାକି ନେଇ ତାଙ୍କୁ ହତ୍ୟା ଉଦ୍ୟମ କରିଛି ବୋଲି ନିରଞ୍ଜନଙ୍କ ମା’ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ କାଳିଆକୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାନୁସାରେ ନିରଞ୍ଜନ ଓ କାଳିଆ ସାଙ୍ଗ ହୋଇ କବାଡ଼ିଆ ବ୍ୟବସାୟ କରନ୍ତି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଦୁଇଜଣଯାକ ସାଙ୍ଗ ହୋଇ ବାଇକ୍‌ରେ ବାଳକାଟି ଅଭିମୁଖେ ଆସିଥିଲେ। ସାଇଫନ୍‌ ଛକ ନିକଟରେ ସେମାନେ ବୁଲାବୁଲି କରିବା ସହ ଭାର୍ଗବୀ ନଦୀ ପଠ‌ା ଆଡ଼କୁ ଯାଇଥିଲେ। ତେବେ ଏହାର କିଛି ସମୟ ପରେ ନିରଞ୍ଜନଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ନିରଞ୍ଜନ ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ମା’ କାଳିଆକୁ ପଚାରିଥିଲେ। ହେଲେ କାଳିଆ କିଛି ଜାଣିନଥିବା କହିଥିଲା। ପରେ ନିରଞ୍ଜନଙ୍କ ଅବସ୍ଥା ବାବଦରେ ପୁଲିସଠାରୁ ଜାଣିବା ପରେ ପରିବାର ଲୋକେ କାଳିଆ ଉପରେ ସନ୍ଦେହ କରିଥିଲେ। ପୁଲିସ ନିରଞ୍ଜନଙ୍କ ବୟାନକୁ ଅପେକ୍ଷା କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe