ବିଧବାଙ୍କୁ ଦୁଷ୍କର୍ମ ଉଦ୍ୟମ, ଜଣେ ଗିରଫ

Advertisment
ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ପୁରୁଣା ଭୁବନେଶ୍ୱର: ଜଣେ ୪୫ବର୍ଷୀୟା ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ଲକ୍ଷ୍ମଣ ହାଂସଦା(୫୪)ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେଲା ଲକ୍ଷ୍ମଣ ମହିଳାଙ୍କ ଉପରେ ଖରାପ ନଜର ରଖି ଆ‌ସୁଥିଲା। ଗତ ଗୁରୁବାର ସନ୍ଧ୍ୟାରେ ମହିଳାଙ୍କୁ ଲକ୍ଷ୍ୟ କରି ଲକ୍ଷ୍ମଣ ଛକି ରହିଥିଲା। ମାତ୍ର ତାଙ୍କୁ ଏକୁଟିଆ ଅବସ୍ଥାରେ ପାଇନଥିଲା। ରାତି ପ୍ରାୟ ୨ଟାରେ ଲକ୍ଷ୍ମଣ ମହିଳାଙ୍କ କବାଟକୁ ଠେଲି ଭାଙ୍ଗି ଦେଇଥିଲା ଓ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ମହିଳା ଜଣକ ଚିତ୍କାର କରି ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ତେଣୁ ଧରା ପଡ଼ିଯିବା ଭୟରେ ଲକ୍ଷ୍ମଣ ସେଠାରୁ ଦୌଡ଼ି ପଳାଇଥିଲା। ତେବେ ମହିଳା ଜଣକ ଲକ୍ଷ୍ମଣକୁ ଚିହ୍ନି ପାରିଥିଲେ ଓ ପରଦିନ ସକାଳେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe