ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡା ଚୋଟ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment
ଦଳିତ ଯୁବକଙ୍କୁ ଥାନାରେ ମାଡ଼ ମହଙ୍ଗା ପଡ଼ିଲା: ନିଜ ନାଁରେ ମାମଲା ରୁଜୁ କଲେ ଇନ୍ସପେକ୍ଟର୍‌

Public App

ବାଲିପାଟଣା: ବାଲିପାଟଣା ଥାନା ରାଜସ୍ ମଠସାହି ନିକଟରେ ଜଣେ ଦୁର୍ବୃତ୍ତମାନେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ ହୋଇଥିବା କୁହାଯାଉଛି। ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନିଆଯାଇଛି। ଖଣ୍ଡାଟି ଯୁବକଙ୍କ ମୁଣ୍ଡରେ ପଶି ରହିଛି।
ସୂଚନା ଅନୁସାରେ, ବାଲିପାଟଣା ଥାନା ବାଲିଅନ୍ତା ପଞ୍ଚାୟତ ଝୀଂଟି ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ଜେନାଙ୍କ ପୁଅ ବାପି ଜେନା ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ବାପି ଆଜି କୌଣସି କାମରେ ରାଜସ୍ ମଠସାହିକୁ ଯାଉଥିଲେ। ୪ ଜଣ ଯୁବକ ମୁହଁରେ କପଡା ବାନ୍ଧି ପଛରୁ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଯୁବକଙ୍କ ଅବସ୍ଥା ଏବେ ସଂକଟାପନ୍ନ ଥିବା ଜଣାଯାଇଛି। ତେବେ ଏହି ମାମଲାର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe