ରାତିଅଧରେ ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ: ଭଡ଼ାଟିଆ ଗୁଣ୍ଡା ସହ ହତାଶିଆ ପ୍ରେମିକ ଅଟକ, କାର୍‌ରୁ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ

Advertisment

ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ତରବୋଇ ଗାଁରେ ପଶି ତିନିଜଣ ଦୁର୍ବୃତ୍ତ ଉନ୍ମତ୍ତକାଣ୍ଡ ରଚିଥିଲେ। ଲାଇନ୍‌ କାଟି ଗାଁକୁ ଅନ୍ଧାର କରିବା ପରେ ଜଣେ ଯୁବତୀଙ୍କ ଘରକୁ ଢେଲାମାଡ଼ କରିବା ସହ କବାଟ ବାଡ଼େଇ ଆତଙ୍କ ଖେଳାଇଥିଲେ।

ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ତରବୋଇ ଗାଁରେ ପଶି ତିନିଜଣ ଦୁର୍ବୃତ୍ତ ଉନ୍ମତ୍ତକାଣ୍ଡ ରଚିଥିଲେ। ଲାଇନ୍‌ କାଟି ଗାଁକୁ ଅନ୍ଧାର କରିବା ପରେ ଜଣେ ଯୁବତୀଙ୍କ ଘରକୁ ଢେଲାମାଡ଼ କରିବା ସହ କବାଟ ବାଡ଼େଇ ଆତଙ୍କ ଖେଳାଇଥିଲେ।

dgdjgjgjjg

ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ତରବୋଇ ଗାଁରେ ପଶି ତିନିଜଣ ଦୁର୍ବୃତ୍ତ ଉନ୍ମତ୍ତକାଣ୍ଡ ରଚିଥିଲେ। ଲାଇନ୍‌ କାଟି ଗାଁକୁ ଅନ୍ଧାର କରିବା ପରେ ଜଣେ ଯୁବତୀଙ୍କ ଘରକୁ ଢେଲାମାଡ଼ କରିବା ସହ କବାଟ ବାଡ଼େଇ ଆତଙ୍କ ଖେଳାଇଥିଲେ। ଯୁବତୀଙ୍କୁ ଅପହରଣ କରିବା ଉଦ୍ଦେଶ୍ୟରେ ହତାଶିଆ ପ୍ରେମିକ ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣି ଗାଁ ଦାଣ୍ଡରେ ଆତଙ୍କରାଜ ଚଳାଇଥିବା ବେଳେ ଗାଁ ଲୋକେ ମେଳିବାନ୍ଧି ଦୁର୍ବୃତ୍ତମାନଙ୍କ ମୁକାବିଲା କରିଥିଲେ। ଗାଁ ଲୋକଙ୍କ ପ୍ରତିଆକ୍ରମଣ ଦେଖି ଜଣେ ଦୁର୍ବୃତ୍ତ ଖସି ପଳାଇଥିଲା। ଗାଁ ଲୋକେ ୨ଜଣଙ୍କୁ କାବୁ କରି ବହେ ଛେଚିବା ପରେ ବାଲିପାଟଣା ଥାନା ପୁଲିସ ଜିମା ଦେଇଛନ୍ତି। ସେମାନେ ହେଲେ ଅଭୟମୁଖି ଅଞ୍ଚଳର ଶାନ୍ତନୁ ଓ ଭଡ଼ାଟିଆ ଗୁଣ୍ଡା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଅସିତ ବିଶ୍ବାଳ। ଦୁର୍ବୃତ୍ତମାନେ ଆଣିଥିବା କାର୍‌ (ଓଡି ୦୨ ସିଏସ୍‌ ୨୯୭୨)କୁ ପୁଲିସ ଜବତ କରିଛି। କାର୍‌ରୁ ପେଟ୍ରୋଲ ଭର୍ତ୍ତି ବୋତଲ ମିଳିଛି।      

ଭଡ଼ାଟିଆ ଗୁଣ୍ଡା ସହ ହତାଶିଆ ପ୍ରେମିକ ଅଟକ
କାର୍‌ରୁ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଶାନ୍ତନୁ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। କିନ୍ତୁ କୌଣସି କାରଣରୁ ଯୁବତୀଜଣକ ଶାନ୍ତନୁଠାରୁ ନିଜକୁ ଦୂରେଇ ଦେଇଥିଲେ। ଏଥିପାଇଁ ଶାନ୍ତନୁ ହତାଶ ହୋଇ ପଡ଼ିଥିଲା। କଳେବଳେ କୌଶଳେ ଯୁବତୀଙ୍କୁ ପାଇବାକୁ ସେ ଲାଗିପଡ଼ିଥିଲା। ଏମିତିକି ଜଣେ ଗୁଣିଆ ପାଖକୁ ଯାଇ ପୂଜାର୍ଚ୍ଚନା କରିଥିଲା। ସେ ଗୁଣିଆ ପାଖରେ ବସି ଯୁବତୀଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ସବୁଥିରେ ବିଫଳ ହେବା ପରେ ସେ ବଳପ୍ରୟୋଗ କରିବାକୁ ମନସ୍ଥ କରିଥିଲା। ଗତକାଲି ରାତି ପ୍ରାୟ ୨ଟା ବେଳେ ସେ ୨ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ସାଙ୍ଗରେ ଧରି କାର୍‌ ଯୋଗେ ତରବୋଇରେ ପହଞ୍ଚିଥିଲା। ଆଙ୍କୁଶପୁର କେନାଲ ବନ୍ଧରେ କାର୍‌ ରଖି ସେମାନେ ପ୍ରଥମେ ଗାଁ ଲାଇନ୍‌ କାଟି ଦେଇଥିଲେ। ଏହାପରେ ସେମାନେ ଯୁବତୀଙ୍କ ଘରକୁ ଯାଇଥିଲେ। ଯୁବତୀଙ୍କ ଘରର କବାଟ ବାଡ଼େଇଥିଲେ। ଯୁବତୀଙ୍କ ଭାଇ ପ୍ରତିବାଦ କରିବା ସହ ଗାଁ ଲୋକଙ୍କୁ ପାଟି କରି ଡାକିବାରୁ ସେମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ଜାଳିଦେବାକୁ ଧମକ ଦେଇଥିଲେ। ଗାଁ ଲୋକେ ଦାଣ୍ଡକୁ ଉଠିଆସିବା ଦେଖି ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଢେଲା ମାଡ଼ କରିଥିଲେ ଏବଂ ଗାଁରେ ନିଆଁ ଲଗାଇଦେବେ ବୋଲି ଧମକାଇଥିଲେ। କିନ୍ତୁ ଗାଁ ଲୋକେ ମେଳିବାନ୍ଧି  ଗୋଡ଼ାଇବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ।  ଜଣେ ଗୁଣ୍ଡା ପଙ୍କ କାଦୁଅରେ ପଶି ବିଲ ଭିତରେ ଦୌଡ଼ିଦୌଡ଼ି ଅନ୍ଧାରରେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। କିନ୍ତୁ ହତାଶିଆ ପ୍ରେମିକ ଶାନ୍ତନୁ ଓ ଡେଲାଙ୍ଗର ଅସିତକୁ ଲୋକେ ମାଡ଼ିବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe