ଦ୍ବିତୀୟ ପତ୍ନୀକୁ କିରାସିନି ଢାଳି ହତ୍ୟା ଉଦ୍ୟମ, ଆଠଗଡ଼ରୁ ଲୁଚି ଚାଲି ଆସିଲେ ଭୁବନେଶ୍ବର

Advertisment

ମହିଳା ଥାନାରେ ଅଭିଯୋଗ

ମହିଳା ଥାନାରେ ଅଭିଯୋଗ

କରୋନାରେ ଆକ୍ରାନ୍ତ ବୃଦ୍ଧା କିରୋସିନ ଢାଳି ହୋଇ ଆତ୍ମହତ୍ୟା

Image Courtesy of India Today

ଭୁବନେଶ୍ବର: କିରାସିନି ଢାଳି ଜଣେ ଯୁବତୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ନିଜେ ପୀଡ଼ିତା ଅଭିଯୋଗ କରିଛନ୍ତି। ପ୍ରଥମ ପତ୍ନୀଙ୍କ ସହ ମିଶି ସ୍ବାମୀ ଗତକାଲି ତାଙ୍କ ଉପରେ କିରାସିନି ଢାଳି ହତ୍ୟା ଉଦ୍ୟମ କରୁଥିବା ବେଳେ ସେ କୌଶଳକ୍ରମେ ସେଠାରୁ ଖସି ଆସିଛନ୍ତି ବୋଲି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ୍‌ ସୂଚନା ଅନୁଯାୟୀ, ଯୁବତୀଙ୍କ ଘର ବାଣୀବିହାର ପଥରବନ୍ଧ ବସ୍ତିରେ। ତାଙ୍କ ବଡ଼ ଭଉଣୀ ଆଠଗଡ଼ ନୂଆପାଟଣା ଅଞ୍ଚଳରେ ବିବାହ କରିଛନ୍ତି। ଯୁବତୀଜଣଙ୍କ ଭଉଣୀଙ୍କ ଘରକୁ ମଝିରେ ମଝିରେ ବୁଲିବାକୁ ଯାଆନ୍ତି। ଭଉଣୀଙ୍କ ଘର ନିକଟରେ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। କିଛି ମାସ ତଳେ ସେ ସେହି ଯୁବକଙ୍କୁ ବିବାହ କରିଥିଲେ। ତେବେ ଯୁବକଜଣକ ପୂର୍ବରୁ ବିବାହିତ ବୋଲି ସେ ଜାଣିବାକୁ ପାଇବା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ପ୍ରଥମ ପତ୍ନୀ ସହ ମିଶି ଯୁବକଜଣକ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ପ୍ରାୟ ୧୫ଦିନ ତଳେ ଯୁବତୀଜଣଙ୍କ ଶାଶୂଘରୁ ଭୁବନେଶ୍ବର ଚାଲି ଆସିଥିଲେ।

ଏ ସଂକ୍ରାନ୍ତରେ ପରିବାରଲୋକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ତେବେ ଥାନାରେ ଆପୋସ ସମାଧାନ ହେବା ପରେ ଯୁବକଜଣକ ପୁଣି ତାଙ୍କୁ ସାଙ୍ଗରେ ନେଇ ଘରକୁ ଫେରିଥିଲେ। କିନ୍ତୁ ଦୁଇଦିନ ତଳେ ପୁଣି ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ପ୍ରଥମ ପତ୍ନୀ ଓ କିଛି ସମ୍ପର୍କୀୟଙ୍କ ସହ ମିଶି ସ୍ବାମୀ ତାଙ୍କୁ ମାଡ଼ ମାରିବା ସହ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଏପରିକି ଗତକାଲି କିରାସିନି ଢାଳି ଜୀବନ୍ତ ପୋଡ଼ି ଦେବାକୁ ମଧ୍ୟ ଉଦ୍ୟମ କରୁଥିବା ବେଳେ କୌଶଳକ୍ରମେ ସେ ସେଠାରୁ ଖସି ଆସିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe