ସଉତୁଣୀକୁ ହତ୍ୟା ଉଦ୍ୟମ ଘଟଣା, ଥାନାକୁ ଡାକି ସ୍ବାମୀକୁ ପଚରାଉଚରା

ମୁଖ୍ୟ ଅଭିଯୁକ୍ତ ଲୋପାମୁଦ୍ରାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

ଭୁବନେଶ୍ବର: ଗୋଠପାଟଣା ଟ୍ରିପଲ୍ ଆଇଟି କଲେଜ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳରେ ଜଣେ ମହିଳାଙ୍କୁ ତା'ର ସଉତୁଣୀ ହତ୍ୟା କରିବା ଉଦ୍ୟମ ଘଟଣାରେ ଖଣ୍ଡଗିରି ପୁଲିସ୍ ଆଜି ମହିଳାଙ୍କ ସ୍ବାମୀ ସୁଶାନ୍ତ କୁମାର ମହାପାତ୍ରକୁ ଡାକି ଥାନାରେ ପଚରାଉଚରା କରିଛି। କେବେଠୁ ଘରେ ପ୍ରଥମ ସ୍ତ୍ରୀ ତଥା ମୁଖ୍ୟ ଅଭିଯୁକ୍ତ ଲୋପାମୁଦ୍ରା ବିଶ୍ବାଳ ଓ ତୃତୀୟ ସ୍ତ୍ରୀ ସରିତା ପରିଡ଼ାଙ୍କ ମଧ୍ୟରେ କଳହ ହେଉଥିଲା ତଥା ହତ୍ୟା କରିବାକୁ ନେଇ କିଛି ପୂର୍ବ ଯୋଜନା ସଂପର୍କରେ ସୁଶାନ୍ତ ଜାଣିଥିଲେ କି ନାହିଁ, ସେନେଇ ତନାଘନା କରୁଛି। ଏହି ତଦନ୍ତରୁ ପୁଲିସ୍ ହାତରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଖବର ମୁତାବକ, ଗତ ୨୦୧୬ରୁ ସୁଶାନ୍ତ ପ୍ରଥମ ପତ୍ନୀ ଲୋପାମୁଦ୍ରାକୁ ବିବାହ କରିବାକୁ କହି ଶାରୀରିକ ସଂପର୍କ ରଖିଥିଲେ। ମାତ୍ର ପରେ ସୁଶାନ୍ତ ଠକିବାରୁ ଲୋପାମୁଦ୍ରା ଆଇନର ଆଶ୍ରୟ ନେଇଥିଲେ। ସୁଶାନ୍ତ ଜଣେ ସରକାରୀ ଚାକିରିଆ ହୋଇଥିବାରୁ ଘଟଣାକୁ ଆଗକୁ ନ ବଢ଼ାଇ ବୁଝାମଣାରେ ଥାନାରେ ବିବାହ କରିଥିଲେ। ଏହାର କିଛି ବର୍ଷ ମଧ୍ୟରେ ଆଉ ଜଣଙ୍କୁ ସୁଶାନ୍ତ ବିବାହ କରିଥିଲେ। ମାତ୍ର ଲୋପାମୁଦ୍ରା ତାଙ୍କୁ ଧମକ ଚମକ ଦେଇ ଘରୁ ବିଦା କରିଥିଲେ। ଏହା ସହ ସମୟ ସୁବିଧା ଦେଖି ତାକୁ ନିଜର ଜଣେ ସଂପର୍କୀୟ ଭାଇଙ୍କ ସହ କେଉଁଆଡ଼େ ପଠାଇ ଦେଇଥିଲେ।

ଏହା ପରେ ସୁଶାନ୍ତ ସରିତା ପରିଡ଼ାଙ୍କୁ ବିବାହ କରିଥିଲେ। ସେଥିପାଇଁ ଲୋପାମୁଦ୍ରା ଏହାକୁ ବିରୋଧ କରିବା ସହିତ ବିଭିନ୍ନ ସମୟରେ ମାରଧର କରୁଥିଲେ। ଗତ ଗୁରୁବାର ଦିନ ଜଣେ ସଂପର୍କୀୟଙ୍କ ପାଇଁ ଡ୍ରେସ୍ କିଣିବା ବାହାନା କରି ଲୋପାମୁଦ୍ରା ସରିତାକୁ ଏକ ଅଟୋରେ ଗୋଠପାଟଣା ନେଇ ଯାଇଥିଲେ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ନିସ୍ତୁକ ମାଡ଼ ମାରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସରିତାଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଲୋପାମୁଦ୍ରା ଫେରାର ହୋଇ ଯାଇଥିଲେ। ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଆଡ଼େ ଚଢ଼ଉ କରୁଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ ସେ ବେଶି ଦୂର ଯାଇପାରିନଥିବେ ବୋଲି ସନ୍ଦେହ କରୁଛି। ସେଥିପାଇଁ ବିଭିନ୍ନ ସଂପର୍କୀୟଙ୍କ ଘରେ ପୁଲିସ୍ ଚଢ଼ଉ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe