ଫ୍ଲିପ୍‌କାର୍ଟକୁ ଠକିବାକୁ ଉଦ୍ୟମ, ଯୁବକ ଗିରଫ

Advertisment
ଫାଷ୍ଟ୍‌ଫୁଡ୍‌ ଦୋକାନୀଙ୍କୁ ଆକ୍ରମଣ ମାମଲା: ଉଭୟ ପକ୍ଷରୁ ୬ ଗିରଫ

Dailyhunt

ଭୁବନେଶ୍ବର : ଫ୍ଲିପକାର୍ଟକୁ ଠକିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ। ଗିରଫ ଯୁବକ ହେଲେ, କେନ୍ଦ୍ରାପଡ଼ାର ଧର୍ମେନ୍ଦ୍ର ଜେନା। ଧର୍ମେନ୍ଦ୍ର ରସୁଲଗଡ଼ ଅଞ୍ଚଳରେ ରୁହେ। ପୁଲିସ ସୂଚନା ଅନୁସାରେ, ଧର୍ମେନ୍ଦ୍ର ଫ୍ଲିପକାର୍ଟରେ ଏକ ଲାପଟପ୍‌ କିଣିଥିଲେ। ତାଙ୍କ ଘରେ ଲାପଟପ ପହଞ୍ଚିଥିଲା। କିନ୍ତୁ ସେହି ଖୋଳ ଭିତରେ ଲାପଟପ ନାହିଁ ବରଂ ସାବୁନ୍ ଓ ଅନ୍ୟ ସାମଗ୍ରୀ ଅଛି ବୋଲି ମଞ୍ଚେଶ୍ବରରେ ଥିବା ଫ୍ଲିପକାର୍ଟ ଅଫିସରେ ଅଭିଯୋଗ କରିଥିଲେ। କିନ୍ତୁ ଅଫିସ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ଧର୍ମେନ୍ଦ୍ରଙ୍କ ଘରୁ ଲାପଟପ୍ ଜବତ ହୋଇଥିଲା। ଆସନ୍ତାକାଲି ଧର୍ମେନ୍ଦ୍ରକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe