ଏଟିଏମ୍‌ ସିସି କ୍ୟାମେରା ଭାଙ୍ଗି ଲୁଟ୍‌ ଉଦ୍ୟମ, ବନ୍ଧୁକ ଦେଖାଇ ଖସିଗଲା ଦୁର୍ବୃତ୍ତ

Advertisment
ଏଟିଏମ୍‌ ସିସି କ୍ୟାମେରା ଭାଙ୍ଗି ଲୁଟ୍‌ ଉଦ୍ୟମ, ବନ୍ଧୁକ ଦେଖାଇ ଖସିଗଲା ଦୁର୍ବୃତ୍ତ

ବାଲିଅନ୍ତା: ବାଳକାଟି ବଜାର ଅଟୋଷ୍ଟାଣ୍ଡ ନିକଟରେ ଥିବା ‌ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍‌ ଉଦ୍ୟମ ହୋଇଛି। ଲୋକଙ୍କ ନଜରରେ ପଡ଼ିବାରୁ ଦୁର୍ବୃତ୍ତଜଣକ ବନ୍ଧୁକ ଦେଖାଇ ସେମାନଙ୍କୁ ଭୟଭୀତ କରି ଫେରାର ହୋଇଯାଇଛି। ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଖବର ପ୍ରଚାର ହୋଇଯିବା ପରେ ଏଟିଏମ କାଉଣ୍ଟର ନିକଟରେ ଶତାଧିକ ଲୋକଙ୍କର ଭିଡ଼ ଜମିଥିଲା। ଅନ୍ୟପକ୍ଷରେ ରାତିରେ କୌଣସି ପୁଲିସ କର୍ମଚାରୀ ମୁତୟନ ହେଉନଥିବାରୁ ଏଟିଏମ ଲୁଟ୍‌ କରିବାକୁ ଲୁଟେରା ଉଦ୍ୟମ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

କିଛି ପ୍ରତ୍ୟକ୍ଷଦର୍ଶୀ ବ୍ୟବସାୟୀଙ୍କ ସୂଚନା ଅନୁସାରେ ଆଜି ରାତି ସାଢ଼େ ୧୦ଟା ସମୟରେ ଜଣେ ଯୁବକ ଭୁବନେଶ୍ବର ପଟୁ ବାଇକ୍‌ରେ ଆସି ଏଟିଏମ କାଉଣ୍ଟରର ନିକଟକୁ ଯାଇଥିଲା। ସେଠାରେ ପଡ଼ିଥିବା ଏକ ଇଟା‌ଖଣ୍ଡ ଧରି ପ୍ରଥମେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ବ୍ୟବସାୟୀମାନେ ପାଟି କରି ଦୁର୍ବୃତ୍ତକୁ କାବୁ କରିବାକୁ ଗୋଡ଼ାଇଥିଲେ। ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତ ଜଣକ ସେମାନଙ୍କୁ ରିଭଲଭର ଦେଖାଇ ଖସି ପଳାଇଥିବା ଜଣାପଡ଼ିଛି। ପୁଲିସ ନିକଟସ୍ଥ ଦୋକନାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରି ଛାନଭିନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe