ଡାକ୍ତରଙ୍କ କାର୍‌ ଜାଳିବାକୁ ଉଦ୍ୟମ, ସିସିଟିଭି ଯାଞ୍ଚ କରୁଛି ପୁଲିସ

Advertisment
ଡାକ୍ତରଙ୍କ କାର୍‌ ଜାଳିବାକୁ ଉଦ୍ୟମ, ସିସିଟିଭି ଯାଞ୍ଚ କରୁଛି ପୁଲିସ

ଭୁବନେଶ୍ବର : ରବିବାର ରାତି ପାଖାପାଖି ସାଢ଼େ ୯ଟା ହେବ। ତମାଣ୍ଡୋ ଥାନା କଳିଙ୍ଗ ବିହାରର ଏଚ୍‌ଆଇଜି ଅଞ୍ଚଳର ପ୍ଲଟ ନଂ-୨୨୦ ନିକଟରେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଣାଗଲା। ପରିବାରଲୋକ ଭୟଭୀତ ହୋଇପଡ଼ିଥିଲେ। ହେଲେ କିଛି ସମୟ ପରେ ପେଟ୍ରୋଲ୍‌ ପୋଡ଼ା ଗନ୍ଧ ଅତିଷ୍ଠ କରି ଦେଇଥିଲା। କ’ଣ ପୋଡ଼ିଗଲା ଭାବି ଘର ବାହାରକୁ ଆସିବା ବେଳକୁ ନିଜ ଟୟୋଟା ଫର୍ଚ୍ୟୁନର୍‌ ଗାଡ଼ି ହୁତୁହୁତୁ ହୋଇ ଜଳୁଥାଏ। ଏଭଳି ସ୍ଥିତି ଦେଖି ଡାକ୍ତର ସୁକନ୍ୟା ସୋନା ଚକିତ ହୋଇପଡ଼ିଥିଲେ। ନିଆଁ ଲିଭାଇବା ପାଇଁ ପରିବାରଲୋକଙ୍କୁ ପାଟି କରି ଡାକିଥିଲେ। ଗାଡ଼ିରୁ ନିଆଁ ଲିଭାଇବା ପାଇଁ ପରିବାରଲୋକ ପ୍ରାଣପଣେ ଲାଗି ପଡ଼ିଥିଲେ। ଠିକ୍‌ ସମୟରେ ଘଟଣା ଜଣାପଡ଼ିବାରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଯଦିଓ ଗାଡ଼ିର କେତେକ ଅଂଶ ପୋଡ଼ିଯାଇଛି; ହେଲେ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲା।

ଏନେଇ ସୁକନ୍ୟା ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁମାନେ ନିଆଁ ଲଗାଇଛନ୍ତି? ଡାକ୍ତରଙ୍କ ସହ ସେମାନଙ୍କର କ’ଣ ବିବାଦ ରହିଛି? କାହିଁକି ଗାଡ଼ି ପୋଡ଼ିବାକୁ ଚାହୁଥିଲେ? ଏନେଇ ପୁଲିସ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe