‌ଯୌତୁକ ପାଇଁ ମହିଳାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ: ସ୍ବାମୀ, ଶାଶୂ ଗିରଫ

Advertisment
କରୋନାରେ ଆକ୍ରାନ୍ତ ବୃଦ୍ଧା କିରୋସିନ ଢାଳି ହୋଇ ଆତ୍ମହତ୍ୟା

Image Courtesy of India Today

ଚନ୍ଦ୍ରଶେଖରପୁର: ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ମହିଳାଙ୍କୁ ଶାବଳରେ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଆଜି ମହିଳାଙ୍କ ସ୍ବାମୀ ସୁଜିତ୍‌ କୁମାର ସାହୁ ଓ ଶାଶୂ ପ୍ରତିମା ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗୁରୁତର ଆହତ ମହିଳାଜଣଙ୍କ ହେଲେ, ବ୍ରହ୍ମଗିରିର ତପସ୍ବିନୀ ସାହୁ (୨୫)। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ନମ୍ବର ୧୯୯/୨୧‌‌ରେ ଏକ ମାମଲା କରି ଅଧିକ ତଦନ୍ତ ଚଳାଇଛି। ଏହି ମାମଲା‌ର ଅନ୍ୟତମ ଅଭିଯୁକ୍ତ ଶ୍ବଶୁର ଚତୁର୍ଭୁଜ ସାହୁ ଓ ନଣନ୍ଦ ଫେରାର୍‌ ହୋଇଯାଇଛନ୍ତି। ପୁଲିସ୍‌ ଦୁହିଁଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ପୁଲିସ୍‌ ସୂଚନା ଅନୁଯାୟୀ, ସୁଜିତ୍ କିଛି ମାସ ତଳେ ତପସ୍ବିନୀଙ୍କୁ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ବାପଘରୁ ଅଧକି ଯୌତୁକ ଆଣିବା ପାଇଁ ତପସ୍ବିନୀଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥି‌‌ଲେ। ତପସ୍ବିନୀ ଏଥିରେ ରାଜି ନ ହେବାରୁ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଗତକାଲି ମଧ୍ୟ ଶ୍ବଶୁର ଘରଲୋକେ ତାଙ୍କୁ ମାରପିଟ୍‌ କରିଥିଲେ। ଦିନକୁ ଦିନ ନିର୍ଯାତନା ଅତିଷ୍ଠ ହେବାରୁ ଥାନାରେ ଅଭିଯୋଗ କରିବେ ବୋଲି ତପସ୍ବିନୀ ଚେତାବନୀ ଦେଇଥିଲେ। ଏଥିରେ ରାଗିଯାଇ ଶାଶୂ, ଶ୍ବଶୁର, ସ୍ବାମୀ ଓ ନଣନ୍ଦ ମିଶି ତାଙ୍କ ଉପରେ କିରାସିନି ଢାଳି ପୋଡ଼ି ଦେବା ପାଇଁ ଉଦ୍ୟମ କରିଥିଲେ। ତେବେ ତପସ୍ବିନୀ ସେଠାରୁ ଖସି ଆସିବା ବ‌େଳେ ଶାବଳରେ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଆଜି ଡମଣାସ୍ଥିତ ତାଙ୍କ ଶାଶୁଘରୁ ସ୍ବାମୀ ସୁଜିତ୍‌ ଓ ଶାଶୂ ପ୍ରତିମାକୁ ଗିରଫ କରିଥିଲା। ତେବେ ପୁଲିସ୍‌କୁ ଦେଖି ଶ୍ବଶୁର ଓ ନଣନ୍ଦ କୌଶଳକ୍ରମେ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe