ଟିକାକରଣର ସ୍ଲଟ୍ ବୁକିଂ ନାଁରେ ଠକିବାକୁ ଉଦ୍ୟମ: ସ୍ଲଟ୍ ବଦଳରେ ୨୦ହଜାର ଟଙ୍କା ଦାବି କରୁଛି ଦଲାଲ୍

Advertisment
୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ୫୪% ଲୋକ ଅନ୍ୟୁନ ଗୋଟିଏ ଡୋଜ୍ ଟିକା ନେଇଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

The Indian Express

ଭୁବନେଶ୍ବର : ସାରା ଦେଶରେ ଏବେ ଟିକାକରଣ ଚାଲିଛି। ତେବେ ସଂପ୍ରତି ୧୮-୪୪ବର୍ଗରେ ମାତ୍ରାଧିକ ଜନସଂଖ୍ୟା ରହିଥିବାରୁ ଟିକାକୁ ନେଇ ଅନ୍‌ଲାଇନ୍‌ରେ ଏବେ ସ୍ଲଟ୍ ମିଳିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏହାର ଫାଇଦା ନେଇ କିଛି ଦଲାଲ୍ ଏବେ ଲୋକଙ୍କୁ ଠକିବା ପାଇଁ ସ୍ଲଟ୍‌ ବିକ୍ରି କରିବାକୁ କହି ଟଙ୍କା ହଡ଼ପ କରୁଥିବା ନଜର ଆସିଛି।

କିଛି ଦିନ ତଳେ ବଲାଙ୍ଗୀରର ଜଣେ ଯୁବକ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଉମଙ୍ଗ, ଆରୋଗ୍ୟ ସେତୁ ଓ କୋଵିନ୍ ଆପ୍‌ରେ ସ୍ଲଟ୍ ପାଇ ନଥିଲେ। କରୋନା ଧୀରେ ଧୀରେ ବଢ଼ୁଥିବାରୁ ଟିକା ଏହାର ଉପଚାର ଭାବି ବିଭିନ୍ନ ୱେବସାଇଟ୍‌ରେ ଟିକାର ସ୍ଲଟ୍ ବିକ୍ରି ହେଉଥିବା ଖବର ପାଇଥିଲେ। ଏହାପରେ ସେ ଓଏଲ୍‌ଏକ୍ସ୍‌ରେ ଏକ ବିଜ୍ଞାପନ ଦେଖିଥିଲେ, ଯେଉଁଥିରେ ସ୍ଲଟ୍‌ ବିକ୍ରି ହୋଇଥିବା ଉଲ୍ଲେଖ ରହିଥିଲା। ଏହା ପରେ ଉକ୍ତ ଓଏଲ୍‌ଏକ୍ସ୍‌ରେ ବିଜ୍ଞାପନ ଦେଇଥିବା ବ୍ୟକ୍ତିଙ୍କ ସହ ଚାଟ୍ କରି ସ୍ଲଟ୍ ଦେବା ପାଇଁ ନିବେଦନ କରିଥିଲେ। ପ୍ରତି ବଦଳରେ ଉକ୍ତ ବ୍ୟକ୍ତି ତାଙ୍କୁ ୨୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ଦେଲେ ସ୍ଲଟ୍ ତାଙ୍କ ହାତରେ ରହିଛି ଓ ଏହାକୁ ସେ ଯଥାଶୀଘ୍ର ବୁକିଂ କରିଦେବେ ବୋଲି କହିଥିଲେ। ଟଙ୍କା ପାଇଁ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଓ ଆଇଏଫ୍‌ସି କୋଡ୍ ମଧ୍ୟ ଦେଇଥିଲେ। ମାତ୍ର ତାଙ୍କର ସନ୍ଦେହ ହେବାରୁ ଟଙ୍କା ନ ଦେଇ ସେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ।

ଉଲ୍ଲେଖଥାଉକି, ସ୍ଲଟ୍ ବୁକିଂ କେବଳ ନିଜସ୍ବ ଆଧାରକାର୍ଡ ଦେଇ କରାଯାଉଥିବାରୁ ଅନ୍ୟ ନାଁରେ ସ୍ଲଟ୍ ବୁକିଂ କରିବା ସମ୍ଭବ ନୁହେଁ। ଆଉଥରେ ଗୋଟେ ଆଧାର କାର୍ଡରେ ବୁକିଂ ହେବା ପରେ ଏହା ଆଉ ଜଣଙ୍କ ନାଁକୁ ବଦଳାଇବା ମଧ୍ୟ ସମ୍ଭବ ନୁହେଁ। କେବଳ ସ୍ଲଟ୍‌ ବୁକିଂର ପୁନଃନିର୍ଦ୍ଧାରଣ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe