ସାଇକେଲ ଧୋଇବାକୁ କେନ୍ଦ୍ର କରି ନାବାଳକକୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

Advertisment
ଧାର୍ମିକ ଲେଖାକୁ ନେଇ ବିବାଦ; ଜଣେ ଗିରଫ

indiatoday

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଅଧୀନସ୍ଥ ପଳାସୁଣି ମୁଣ୍ଡାସାହିର ଜଣେ ନାବାଳକକୁ ପାଣିରେ ବୁଡାଇ ହତ୍ୟା ଉଦ୍ୟମ ହୋଇଛି। ଏହି ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ପଳାସୁଣି ମୁଣ୍ଡାସାହିରେ ରହୁଥିବା କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ପ୍ରଫୁଲ୍ଲ କୁମାର ସାମଲ(୫୯)।

ସୂଚନା ଅନୁଯାୟୀ, ଗତ ୭ତାରିଖରେ ମୁଣ୍ଡାସାହି ବସ୍ତିର ଜଣେ ନାବାଳକର ସାଇକେଲ ଚକାରେ ମଇଳା ଲାଗିଯିବାରୁ ସେ ନିକଟରେ ଥିବା କେନାଲକୁ ଧୋଇବାକୁ ନେଇଥିଲା। ସେଠାରେ ପ୍ରଫୁଲ୍ଲ ଗାଧୋଉଥିଲା। ସେଠାରେ ସାଇକେଲ ଧୋଇବାକୁ ସେ ବାରଣ କରିଥିଲା। କିନ୍ତୁ ନାବଳକ ଜଣକ ସାଇକେଲ ଧୋଇବାରୁ ରାଗରେ ପ୍ରଫୁଲ୍ଲ ତାକୁ ପାଣିରେ ବୁଡ଼ାଇ ମାରି ଦେବାକୁ ଉଦ୍ୟମ କରିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe