ଓଡ଼ିଶାର ମହାଲେଖାକାର ଭାବେ ଦାୟିତ୍ବ ଗ୍ରହଣ କଲେ ଅତୁଲ ପ୍ରକାଶ

ଓଡ଼ିଶାର ମହାଲେଖାକାର ଭାବେ ଅତୁଲ ପ୍ରକାଶ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ସିଏଜିରେ ପ୍ରଧାନ ନିର୍ଦ୍ଦେଶକ ତଥା ସଚିବ ଭାବେ ମହାଲେଖାକାର ବିଶ୍ବନାଥ ସିଂହ ଜାଦୋନଙ୍କୁ ବଦଳି ହେଲା ପରେ ତାଙ୍କ ସ୍ଥାନରେ ଅତୁଲ ପ୍ରକାଶଙ୍କୁ ନିଯୁକ୍ତି ମିଳିଛି। 

AG Atul Prakash

AG Atul Prakash Photograph: (sambad.in)

ଭୁବନେଶ୍ବର: ଓଡ଼ିଶାର ମହାଲେଖାକାର ଭାବେ ଅତୁଲ ପ୍ରକାଶ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ସିଏଜି (କମ୍ପ୍ୟୁଟ୍ରୋଲର ଆଣ୍ଡ ଅଡିଏଟର ଜେନେରାଲ)ରେ ପ୍ରଧାନ ନିର୍ଦ୍ଦେଶକ ତଥା ସଚିବ ଭାବେ ମହାଲେଖାକାର ବିଶ୍ବନାଥ ସିଂହ ଜାଦୋନଙ୍କୁ ବଦଳି ହେଲା ପରେ ତାଙ୍କ ସ୍ଥାନରେ ଅତୁଲ ପ୍ରକାଶଙ୍କୁ ନିଯୁକ୍ତି ମିଳିଛି। 

୨୦୦୬ ବ୍ୟାଚ୍‌ର ଆଇଏ ଆଣ୍ଡ୍ ଏଏସ୍ (ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ୍) ଶ୍ରୀ ପ୍ରକାଶ ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାରଙ୍କ କୋଲକାତା କାର୍ଯ୍ୟାଳୟରେ ମହାଲେଖାକାର ଭାବେ ଅବସ୍ଥାପିତ ଥିଲେ। ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ମଧ୍ୟ ସେବା ପ୍ରଦାନ କରିଛନ୍ତି। 

କେରଳର କାଲିକଟ୍‌ସ୍ଥିତ ଜାତୀୟ ପ୍ରଦ୍ୟୋଗିକୀ ପ୍ରତିଷ୍ଠାନ (ଏନ୍ଆଇଟି)ରୁ ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ (ଇଇଇ) ଛାତ୍ର ଶ୍ରୀ ପ୍ରକାଶ ନାଗାଲାଣ୍ଡ, ବିହାର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ କାମ କରିଛନ୍ତି। ଏତଦ୍ ବ୍ୟତୀତ ୟୁନିସେଫ୍, ଫାଓ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ଅଡିଟ୍ କରିଥିବାର ଅଭିଜ୍ଞତା ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe