ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ

Advertisment

ସମୟୋପଯୋଗୀ ପୁସ୍ତକକୁ ପାଠକୀୟ ଆଦୃତି ମିଳେ: ସୌମ୍ୟରଂଜନ

ସମୟୋପଯୋଗୀ ପୁସ୍ତକକୁ ପାଠକୀୟ ଆଦୃତି ମିଳେ: ସୌମ୍ୟରଂଜନ

ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ

ଖଣ୍ଡଗିରି: ଲେଖକ ଅଞ୍ଜନ ଦାସଙ୍କ ଦୁଇଟି ପୁସ୍ତକ ‘ଲାଇଫ ସ୍କିଲ ଡେଭଲପମେଣ୍ଟ’ ଏବଂ ‘ଡିଜିଟାଲ ଏଚଆର ଅନାଲେଟିକ୍ସ ଡିଜାଇନ୍ ଥିଙ୍କିଙ୍ଗ’ ଧର୍ମବିହାର କମ୍ୟୁନିଟି ସେଣ୍ଟରରେ ଲୋକାର୍ପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବହିର ଚାହିଦା କମିଲାଣି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ବହିର ଦୁନିଆ ସରିଆସିଲାଣି ବୋଲି ଆଲୋଚନା ହେଉଛି। କିନ୍ତୁ ସମୟ ସହିତ ତାଳ ଦେଇ ନୂଆ କଥା ଶିଖିବା, ନୂଆ କଳା ଜାଣିବା ଭଳି ବହି ବଜାରକୁ ଆସିଲେ ତାହା କେବେ ପାଠକଙ୍କ ଠାରୁ ଦୂରେଇ ରହିପାରିବ ନାହିଁ।

ସମୟୋପଯୋଗୀ ପୁସ୍ତକ ସବୁବେଳେ ପାଠକଙ୍କ ଦ୍ବାରା ଆଦୃତ ହୋଇଥାଏ। ଶ୍ରୀ ଦାସ ଲେଖିଥିବା ବହି ସେହି ବହିମାନଙ୍କ ମଧ୍ୟରୁ ଗୋଟିଏ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟର ସମ୍ପାଦକ ପ୍ରବୀର ପାଲ କହିଥିଲେ, ଯୁବ ପ୍ରଶିକ୍ଷକ ଓ ଲେଖକ ଭାବରେ କମ ବୟସରେ ଶ୍ରୀ ଦାସ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ପ୍ରଶିକ୍ଷଣ ଶୈଳୀ ଭିନ୍ନ ହୋଇଥିବାରୁ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ଏହି ଅବସରରେ ଲେଖକ ନିଜ ପୁସ୍ତକରେ ଚାକିରି ଓ ମାନବ ସମ୍ବଳ ବିଷୟରେ ଲେଖିଥିବା ଉପାୟ ବିଷୟରେ ସୂଚନା ଦେଇଥିଲେ। ସତ୍ୟମ ଗୁପ୍ତା ମଞ୍ଚ ପରିଚାଳନା କରିଥିବା ବେଳେ କମଳିନୀ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe