ଅଟୋ ଧକ୍କାରେ ଯୁବତୀ ଗୁରୁତର, ହସ୍ପିଟାଲ ନେବା ବଦଳରେ ଅଧା ବାଟରେ ଛାଡ଼ି ଚାଲିଗଲା ଚାଳକ

Advertisment
କେନ୍ଦୁଝର: ଦୁର୍ଘଟଣାରେ ୪ ମୃତ

ଚନ୍ଦ୍ରଶେଖରପୁର: ଅଟୋ ଧକ୍କା କରି ଚିକିତ୍ସା ପାଇଁ ହସ୍ପିଟାଲ ନେବା ବଦଳରେ ଯୁବତୀଙ୍କୁ ଅଧା ବାଟରୁ ଛାଡ଼ି ଚାଲିଯିବା ଓ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାର ଧମକ ଦେବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଜଣେ ଯୁବତୀ ରସୁଲଗଡ଼ ଛକରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲେ। ଏଥିରେ ଯୁବତୀଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଅଟୋ (ଓଡି୦୨ଏୟୁ-୭୩୧୭)ର ଚାଳକଜଣଙ୍କ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ।

କିନ୍ତୁ ସ୍ଥାନୀୟ ଲୋକ ତାକୁ କାବୁ କରି ଯୁବତୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ କହିଥିଲେ। ଲୋକଙ୍କ ମାଡ଼ ଭୟରେ ଅଟୋ ଚାଳକଜଣଙ୍କ ଆହତ ଯୁବତୀଙ୍କୁ ନେଇ ହାଇଟେକ୍ ଛକ ନିକଟରେ ଛାଡ଼ି ଫେରାର୍‌ ହୋଇଯାଇଥିଲା। ତେବେ ଯୁବତୀଜଣଙ୍କ ଏ ସଂପର୍କରେ ପରିବାରଲୋକଙ୍କୁ ସୂଚନା ଦେବାରୁ ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅପରପକ୍ଷେ ପରିବାରଲୋକ ଅଟୋ ଚାଳକଙ୍କ ନାମରେ ହତ୍ୟା ଉଦ୍ୟମ ଓ ଅସଦାଚରଣ ନେଇ ଏକ ଏତଲା ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe