ଅଟୋ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Deccan Herald

ଭୁବନେଶ୍ବର: ଜୟଦେବବିହାରସ୍ଥିତ ପାଲ-ହାଇଟ୍‌ ମଲ୍‌ ନିକଟରେ ଅଟୋ ଧକ୍କାରେ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି। ସେ ହେଲେ, ଆଚାର୍ଯ୍ୟବିହାର ସାଇନ୍ସପାର୍କ ବସ୍ତିର ବନମାଳୀ ସାମନ୍ତ(୪୫)। ଏନେଇ ନୂଆପଲ୍ଲୀ ପୁଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସୂଚନା ମୁତାବକ, ଗୁରୁବାର ରାତି ପାଖାପାଖି ସାଢ଼େ ୮ଟା‌‌‌ରେ ବନମାଳୀ ପାଲ୍‌-ହାଇଟ୍‌ ସମ୍ମୁଖ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଜୟଦେବବିହାର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା।

ଫଳରେ ସେ ଛିଟିକି ଯାଇ କିଛି ବାଟ ଦୂରରେ ପଡ଼ିଥିଲେ। ଦୁର୍ଘଟଣା ପରେ ଅଟୋଟି ଆଖିପିଛୁଳାକେ ସେଠାରୁ ଫେରାର୍‌ ହୋଇଯାଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଗୁରୁତର ବନମାଳୀଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଥିଲେ। ବ୍ୟବଚ୍ଛେଦ ପରେ ପୁଲିସ୍‌ ଆଜି ତାଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ଫେରାର୍‌ ଥିବା ‌ଅଟୋ ଏବଂ ଚାଳକକୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe