ଭୁବନେଶ୍ୱର : ଜଣେ ଅଟୋ ଚାଳକଙ୍କ ସାଧୁତା ପାଇଁ ଉତ୍ତରାଖଣ୍ଡରୁ ଆସିଥିବା ଜଣେ ପର୍ଯ୍ୟଟକ ତାଙ୍କ ଦାମୀ ମୋବାଇଲ୍ ଫେରି ପାଇଛନ୍ତି। ସେ ହେଲେ ଶଶୀ ବଲ୍। ଶଶୀ ବୁଲୁ ପରିଡ଼ାଙ୍କ ଅଟୋରେ ଭୁବନେଶ୍ୱର ରାମମନ୍ଦିର, ଧଉଳି, ଲିଙ୍ଗରାଜ ଓ ଖଣ୍ଡଗିରି ବୁଲିଥିଲେ। ମାତ୍ର ଭୁଲରେ ତାଙ୍କ ଫୋନ୍କୁ ଅଟୋରେ ଛାଡ଼ି ପଳାଇଥିଲେ। ଅଟୋ ଚାଳକ ବୁଲୁ ଫୋନ୍କୁ କ୍ୟାପିଟାଲ ଥାନା ଜିମା ଦେଇଥିଲେ। ପୁଲିସ ମୋବାଇଲ୍ ଫୋନ୍କୁ ସଂପୃକ୍ତ ପର୍ଯ୍ୟଟକଙ୍କୁ ଫେରାଇବା ସହିତ ଅଟୋ ଚାଳକଙ୍କୁ ଧନ୍ୟବାଦ ଅର୍ପଣ କରିଛି।
ପର୍ଯ୍ୟଟକଙ୍କ ମୋବାଇଲ୍ ଫୋନ୍ ଫେରାଇଲେ ଅଟୋ ଚାଳକ
Advertisment
Follow Us