କାହିଁକି ଦେଲ ଅପମାନ ? ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଅଟୋ ଚଳାଚଳ

Advertisment
କାହିଁକି ଦେଲ ଅପମାନ ? ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଅଟୋ ଚଳାଚଳ

ଭୁବନେଶ୍ୱର: ପ୍ରଥମେ ଡ୍ରାଇଭର ମହାସଂଘ ଆଉ ଏବେ ଅଟୋ ଚାଳକ ସଂଘ | ଆଜିଠାରୁ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ଅଟୋ ଚାଳକ ସଂଘ | ତେବେ ରୋଚକ କଥା ହେଉଛି ଯେ ଡ୍ରାଇଭର ମିଳିତ ମହାସଂଘର ବିରୋଧ ପ୍ରଦର୍ଶନର ଢଙ୍ଗକୁ ପ୍ରତିବାଦ କରି ଆନ୍ଦୋଳନ କରିବ ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ | ଭୁବନେଶ୍ବରରେ ଆସନ୍ତାକାଲି (ଗୁରୁବ‌ାର) ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।  ଆଜି ଆନ୍ଦୋଳନରତ ଡ୍ରାଇଭରମାନେ ବିଭିନ୍ନ ସ୍ଥାନରେ ଅଟୋ ଚାଳକମାନଙ୍କୁ ଅଟକାଇ କାହିଁକି ସେମାନେ ଅଟୋ ଚଳାଉଛନ୍ତି ବୋଲି ପ୍ରଶ୍ନ କରାଯିବା ସହ ସେମାନଙ୍କୁ ଅପମାନିତ କରିଥିଲେ ।  ଡ୍ରାଇଭର ମହାସଂଘ ପକ୍ଷରୁ କିଛି ଅଟୋ ଚାଳକଙ୍କୁ ବଳପୂର୍ବକ  ଅଟକାଯାଇ  'ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ' ଲେଖା ଥିବା ପ୍ଲା କାର୍ଡ ଧରାଇ ଫଟୋ ଉଠାଯାଉଥିଲା। ଏହାକୁ ପ୍ରବଳ ବିରୋଧ କରିଛନ୍ତି ଅଟୋଚାଳକ।

ଡ୍ରାଇଭର ମହାସଂଘର ସଦସ୍ୟମାନେ ଅଟୋଚାଳକଙ୍କୁ ଯାତ୍ରୀମାନଙ୍କ ସାମ୍ନାରେ ପ୍ଲା କାର୍ଡ ଧରାଇବା ସହ ଫୁଲମାଳ ଦେଇ ଅପମାନିତ କରିଥିଲେ | ଆଉ ଏହାକୁ ବିରୋଧ କରି ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି | ଆସନ୍ତାକାଲି ପୁଲିସ ଡିଜିଙ୍କୁ ଭେଟିବ ଅନଲାଇନ୍ ଅଟୋ ଚାଳକ ସଂଘ | ମିଳିତ ମହାସଂଘର ଡ୍ରାଇଭରଙ୍କୁ ଏମିତି କହିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛି ସଂଘ | ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ପାଖେ ଦାବି କରିବେ | ଅଟୋ ସଂଘର ଡାକରାରେ ୧୦ ହଜାରରୁ ଉର୍ଦ୍ଧ୍ବ ଚାଳକ ଲୋୟର ପିଏମଜି ଓ ଜନପଥରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe