ବ୍ରଜ ଗୋପିକା ସେବା ମିସନ୍‌ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ବ୍ରଜ ଗୋପିକା ସେବା ମିସନ୍‌ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର: ବ୍ରଜ ଗୋପିକା ସେବା ମିସନ୍‌ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ୟୁନିଟ-୮ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜନୀୟା ରାସେଶ୍ୱରୀ ଦେବୀ ଓ ପୂଜ୍ୟ ସ୍ୱାମୀ ଯୁଗଳ ଶରଣଜୀ ଯୋଗ ଦେଇ ଗତ ୧୯ ତାରିଖର ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୮ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବ୍ରଜଗୋପିକା ମିସନ୍‌ର ସଭ୍ୟ ପ୍ରେମାନନ୍ଦ ପଟ୍ଟନାୟକ, ରମାକାନ୍ତ ଜେନା, ଅଶୋକ କୁମାର ମହାନ୍ତି ଓ ଡମ୍ବରୁଧର ସେଠ୍‌ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe