ଡିଏସ୍‌ବିଏମ୍ ପକ୍ଷରୁ ପୁରସ୍କାର ବିତରଣ ସମାରୋହ

ଡିଏସ୍‌ବିଏମ୍ ପକ୍ଷରୁ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ୟୁନିଟ୍-୮ସ୍ଥିତ ଡିଏଭି ସ୍କୁଲ୍ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ(ଡିଏସ୍‌ବିଏମ୍‌) ପକ୍ଷରୁ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଡ. ସବିତା ଆଚାର୍ଯ୍ୟ ଯୋଗଦେଇ ଜାତୀୟ ଶିକ୍ଷାନୀତି-୨୦୨୦ରେ ବିବିଏ ଓ ବି.କମ୍ ପାଠ୍ୟକ୍ରମର ଚାହିଦା ଓ କ୍ୟାରିୟର ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

କ୍ୟାମ୍ପସ୍‌ ଚୟନରେ ଉଲ୍ଲେଖନୀୟ ସଫଳତା ହାସଲ କରି ୨୧.୫୦ ଲକ୍ଷ ଟଙ୍କାର ନିଯୁକ୍ତି ପାଇଥିବା ବି.କମ୍ ପାଠ୍ୟକ୍ରମର ଶେଷବର୍ଷ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ବି.ଏ ଓ ବି.କମ୍ ପରୀକ୍ଷାରେ ଡିଏସବିଏମ୍‌ର କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍‌ ରଞ୍ଜନ କୁମାର ବଳ, ଡିଏଭି ସ୍କୁଲ୍ ଅଧ୍ୟକ୍ଷା ଇପ୍ସିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲ୍ ଅଧ୍ୟକ୍ଷ ଡି.ଏନ୍ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe