ଯାତ୍ରା କଳାକାର ସମ୍ମାନ, ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ

Advertisment

ସୁରେଶ ପଣ୍ଡା, ଅଜୟ ମିଶ୍ର ଶ୍ରେଷ୍ଠ ନାୟକ ଜୁଲି, ଲିପି ଶ୍ରେଷ୍ଠ ନାୟିକା

ସୁରେଶ ପଣ୍ଡା, ଅଜୟ ମିଶ୍ର ଶ୍ରେଷ୍ଠ ନାୟକ ଜୁଲି, ଲିପି ଶ୍ରେଷ୍ଠ ନାୟିକା

ଯାତ୍ରା କଳାକାର ସମ୍ମାନ, ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ

ଭୁବନେଶ୍ବର: ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଯାତ୍ରା ଲଭର୍ସ (ଓଜେଏଲ୍‌) ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଯାତ୍ରା କଳାକାର ସମ୍ମାନ ଉତ୍ସବ। ବିନୋଦ ରାଉତ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ଗ୍ରହଣ କରିଥିବା ବେଳେ ସ୍ବର୍ଗତ ହୃଷିକେଶ ଷଡ଼ଙ୍ଗୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ ଗୋବିନ୍ଦ ବାରିକଙ୍କୁ ଅନନ୍ତ ଓଝା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ଧାମରା ପୋର୍ଟର ଉପ-ପ୍ରବନ୍ଧକ ଲଳିତ ରଥ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ପତି, ରୋଟାରିଆନ ଜ୍ୟୋତିଷ ଚନ୍ଦ୍ର ତ୍ରିପାଠୀ ଏବଂ କଳାକାର କଲ୍ୟାଣ ସମିତିର ପ୍ରଣୟରଂଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି।

କଳିଙ୍ଗ ଗଣନାଟ୍ୟର ସୁରେଶ ପଣ୍ଡା, ଶିବାନୀର ଅଜୟ ମିଶ୍ର ଶ୍ରେଷ୍ଠ ନାୟକ, ତୁଳସୀର ଜୁଲି ପଣ୍ଡା, ଇନ୍ଦ୍ରଭୁବନର ଲିପି ବରାଳ ଶ୍ରେଷ୍ଠ ନାୟିକା ପୁରସ୍କାର ଲାଭ କରିଥିଲେ। ଇନ୍ଦ୍ରମହଲର ଲକ୍ଷ୍ମୀଧର ନାୟକ ଓ ଯାତ୍ରା ଗାଁ’ର ଅଭିରାମ ସାହୁ ଶ୍ରେଷ୍ଠ ଖଳନାୟକ, ବାଘାଯତୀନର ମାନସୀ ଦଳାଇ ଶ୍ରେଷ୍ଠ ଖଳନାୟିକା, ରଙ୍ଗମହଲର ଆକାଶ ନନ୍ଦ ଖଳ ଚରିତ୍ର(ପୁରୁଷ), ଧଉଳିର ପୂଜା ବିଶ୍ବାଳ ଖଳ ଚରିତ୍ର (ମହିଳା), ସଚ୍ଚିଦାନନ୍ଦର ସୁଧାକର ମହାରଣା ନବାଗତ ନାୟକ, ବାଘାଯତୀନର ସୁଲଗ୍ନା ମହାନ୍ତି ନବାଗତା ନାୟିକା, ବିଶ୍ବ ଦରବାରର କୈଳାସ ବେହେରାଙ୍କୁ ଶ୍ରେଷ୍ଠ ବାପା, ରଙ୍ଗମହଲର ଅନିମା ପାଢ଼ୀଙ୍କୁ ଶ୍ରେଷ୍ଠ ମାଆ, ବିଶ୍ବ ଦରବାରର ଗୌର ପାଢ଼ୀଙ୍କୁ ଶ୍ରେଷ୍ଠ ବାପା (ଖଳ), ସ୍ବର୍ଣ୍ଣମହଲର ଜିତା ରାଉତଙ୍କୁ ଶ୍ରେଷ୍ଠ ମା (ଖଳ), ଶିବାନୀର ଭିକାରୀ ସ୍ବାଇଁଙ୍କୁ ହାସ୍ୟ ଅଭିନେତା, ତୁଳସୀର ଟୁକୁ ପଣ୍ଡାଙ୍କୁ ହାସ୍ୟ ଅଭିନେତ୍ରୀ, ରଙ୍ଗମହଲର ମିଟୁ ମାନସଙ୍କୁ ନୃତ୍ୟ ନିର୍ଦେଶକ, ନୃତ୍ୟ ଦଳ ଭାବେ ରଙ୍ଗମହଲ, ପ୍ରଚ୍ଛଦପଟ ଗାୟକ ଭାବେ ଶିବାନୀର ସୋନୁ, ଗାୟିକା ଭାବେ ତୁଳସୀର ସଂଯୁକ୍ତା ଦାଶ, ଇନ୍ଦ୍ରମହଲର ଦ୍ବିତୀକ୍ରିଷ୍ଣା ଜେନାଙ୍କୁ ଉପସ୍ଥାପକ, ସ୍ବର୍ଣ୍ଣମହଲର ନମିତା ସ୍ବାଇଁଙ୍କୁ ଉପସ୍ଥାପିକା, କୋଣାର୍କର ଦେବେନ୍ଦ୍ର ପଲାଇଙ୍କୁ ଶବ୍ଦ ସଂଯୋଜନା, ସ୍ବର୍ଣ୍ଣମହଲର ଅଜୟ ରଥଙ୍କୁ ଆଲୋକ ପରିଚାଳନା, ନାଟ୍ୟକାର ଭାବେ ଗଣେଶ ରାଉତ, ଗୀତ ରଚନା ପାଇଁ ନିଗମ ମିଶ୍ର ଏବଂ ମହିର ମହାନ୍ତିଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି। କୋଣାର୍କ ଗଣନାଟ୍ୟର ଶରତ ପ୍ରତିହାରୀଙ୍କୁ ସାମାଜିକ ଗଣମାଧ୍ୟମରେ ସକ୍ରିୟ କଳାକାର ଭାବେ ସମ୍ମାନିତ କରାଯାଇଥିବା ବେଳେ ଦିବାକର କୁମାରଙ୍କୁ ଯାତ୍ରା ସମ୍ବନ୍ଧୀୟ ଖବରକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ପୁରସ୍କୃତ କରାଯାଇଛି। ଓଜେଏଲ୍‌ର ସଭାପତି କାର୍ତିକ ସ୍ବାଇଁ, ସମ୍ପାଦକ ସଂଜୀବ ସାମଲ, ପ୍ରବକ୍ତା ଚିନ୍ମୟ ମିଶ୍ର, ମୁଖ୍ୟ ଉପଦେଷ୍ଟା ସିତିକଣ୍ଠ ମହାନ୍ତି ମଂଚରେ ଉପସ୍ଥିତ ଥିଲେ। ଉମେଶ ସାହୁ, ମନୋଜ ପଣ୍ଡା, ସଂଜୟ ନାୟକ, ଗୌରୀ ଓ ମଣ୍ଟୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ‌ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe