ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡ଼େଭେଲପମେଂଟ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ୟକ୍ତିତ୍ୱ ବିକାଶ ତାଲିମ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଯେଉଁମାନେ ଦଶମଶ୍ରେଣୀ ପରୀକ୍ଷାରେ ଶତକଡା ୭୫ଭାଗରୁ ଅଧିକ ନମ୍ବର ରଖିଛନ୍ତି ସେମାନଙ୍କୁ ଟ୍ରଷ୍ଟ ତରଫରୁ ଗତ ଗୁରୁବାର ତା.୦୧.୦୬.୨୦୨୩ରିଖ ଦିନ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ୮ଟି ବସ୍ତିରୁ ଆସିଥିବା ଏହି ଦଶଜଣ ଛାତ୍ରଛାତ୍ରୀ ହେଲେ-ସୁପ୍ରିୟା ସୂତାର (ଝରଣା ସାହି), ରାଜେଶ ବେହେରା ଓ ଦର୍ଶନ ବେହେରା (ପିଚୁପଡିଆ ବସ୍ତି), ଦିପ୍ତୀ ରଞ୍ଜନ ବଡି (ଅଭିରାମ ନଗର), ରଶ୍ମୀତା ମହାନ୍ତି (ରଘୁନାଥ ନଗର), ପ୍ରିୟଙ୍କା ପ୍ରିୟଦର୍ଶିନୀ ମହନ୍ତ ଓ କିରନ କୁମାରୀ ପରିଡ଼ା (ନାରାୟଣୀ ବସ୍ତି), ଅଦ୍ୟାଶା ପ୍ରଧାନ (ନେହେରୁ ବସ୍ତି), ମୌସୁମୀ ପ୍ରିୟଦର୍ଶିନୀ (କାରଗିଲ ବସ୍ତି) ଓ ପ୍ରିୟଲତା ସାହୁ (ତାରିଣୀ ସାହି) ଦଶମ ପରୀକ୍ଷାରେ ଏହି ସଫଳତା ପାଇବାରେ ବ୍ୟକ୍ତିତ୍ୱ ବିକାଶ ତାଲିମର ଅବଦାନ ରହିଛି ବୋଲି ସେମାନେ ମତପ୍ରକାଶ କରିଥିଲେ ।
ବାହାର ଦେଶରେ ଥିବା ଟ୍ରଷ୍ଟର ଶୁଭଚିନ୍ତକମାନେ ଯଥା- ଡ. ସୀତାଂଶୁ ନନ୍ଦ (ସାଉଥ କୋରିଆ), ଗୁରୁଚରଣ ନାୟକ (ଆଫଗାନିସ୍ଥାନ), ରମେଶ ଚନ୍ଦ୍ର ବିଶ୍ୱାଳ ଓ ସଂଗ୍ରାମ କେଶରୀ ପଟନାୟକ (ନାଇଜେରିଆ), ଡ. ସୁଭାଷ ସାହୁ (ବାହାରିନ), ଡ. ଭଗବାନ ପଣ୍ଡା (ନାଭିମୁମ୍ବାଇ), ନିରଞ୍ଜନ ବେହେରା (ନିୟୁଦିଲ୍ଲୀ) ଇତ୍ୟାଦି ଆଭାସୀ ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ତଥା ଉଚ୍ଚଶିକ୍ଷା ପାଇଁ ଥିବା ବିଭିନ୍ନ ସୁଯୋଗ ସଂପର୍କରେ ସୂଚନା ଦେବା ସହିତ ପିଲାମାନଙ୍କୁ ସହଯୋଗର ହାତ ବଢାଇଥିଲେ । ଟ୍ରଷ୍ଟର ଟ୍ରଷ୍ଟି କିର୍ତୀ ଦାସ, ମ୍ୟାନେଜିଂ ଟ୍ରଷ୍ଟି ରାଜକୁମାର ସୂତାର ଓ ପ୍ରିନସିପାଲ ଟ୍ରଷ୍ଟି ଡ.ହର ପ୍ରସନ୍ନ ଦାସ ତଥା ଟ୍ରଷ୍ଟର ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।
Follow Us