୨୩ରୁ ମଦ ବିରୋଧରେ ’ମଦମୁକ୍ତି ଅଭିଯାତ୍ରା’

ରୋଷେଇ ଘରୁ ୧୨ ପେଟି ମଦ ଜବତ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ସହ ପ୍ରତ୍ୟେକ ଗାଁରେ ମଦ ବିରୋଧରେ ରଣଧ୍ୱନୀ ଦେବାକୁ ଯାଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ଏବଂ ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ଫେବ୍ରୁଆରି ୨୩ ଠାରୁ ’ମଦମୁକ୍ତି ଅଭିଯାତ୍ରା’ର ଶୁଭାରମ୍ଭ କରାଯାଉଛି । ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରରେ ସଂପନ୍ନ ହେବ । ଏହି ଯାତ୍ରା ମାଧ୍ୟମରେ ମଦମୁକ୍ତି କାର୍ଯ୍ୟକର୍ତ୍ତାମାନେ ୧୧ଟି ଜିଲ୍ଲାର ବିଭିନ୍ନ ଗାଁ ଏବଂ ବ୍ଲକ ଆଦି ଭ୍ରମଣ କରି ‘ମଦ ଛାଡ ନଚେତ ଗାଦି ଛାଡ’ ରଣଧ୍ୱନୀ ଦେବେ ।

ପ୍ରଥମ ଦଫା ଯାତ୍ରାଟି ଭୁବନେଶ୍ୱର ଠାରୁ ଆରମ୍ଭ ହୋଇ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭ, କେଉଁଝର, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଦା ଜିଲ୍ଲା ପରିକ୍ରମା କରିବ ।

ଏ ସଂପର୍କରେ ସୂଚନା ଦେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ କହିଛନ୍ତି, ମଦ ଦ୍ୱାରା ରାଜ୍ୟର ହଜାର ହଜାର ପରିବାର ନଷ୍ଟ ହୋଇଯାଉଛି । ଏହାର ବ୍ୟାପକ ପ୍ରସାର ଯୋଗୁଁ କୃଷକ ଓ ଶ୍ରମିକମାନେ ଯାହା ରୋଜଗାର କରୁଛନ୍ତି ତାହାର ବେଶ କିଛି ଅଂଶ ମଦରେ ଖର୍ଚ୍ଚ ହେଉଛି ।

ମଦର ଭୟାଭୟତା ଏପରି ଯେ, ରାଜ୍ୟର ଲକ୍ଷ ଲକ୍ଷ ଲୋକ ପ୍ରତକ୍ଷ କିମ୍ବା ପରୋକ୍ଷ ଭାବେ ମଦ ସମସ୍ୟା ଦ୍ୱାରା ଆକ୍ରାନ୍ତ । ତେଣୁ ଏହି ମଦମୁକ୍ତି ଅଭିଯାତ୍ରା ମାଧ୍ୟମରେ ଆମେ ଗାଁ ଗାଁକୁ ଯାଇ ମଦ ବିରୋଧରେ ଲୋକଙ୍କୁ ଏକଜୁଟ କରାଇବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe