ଭୁବନେଶ୍ୱର: ରାଜ୍ୟ ପରିବେଶ ଶିକ୍ଷା କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକ ଜିଲ୍ଲା ପ୍ରଶାସନ, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ମିଳିତ ଉଦ୍ୟମରେ ଇକୋ କ୍ଲବ୍ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଲିଯାତ୍ରା ପରିସରରେ ପ୍ରଦୂଷଣ ଓ ପ୍ଲାଷ୍ଟିକ୍ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ପରିବେଶ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ଆଶୁତୋଷ ଦେବତା ଏହାକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦ ବିଶ୍ୱାଳ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ପରିବେଶ ଶିକ୍ଷା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ‘ପ୍ରଦୂଷଣ ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ଏକ ସିଡି ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ, ଅର୍ଜୁନ ବିଶ୍ୱାଳ, ଦିଲ୍ଲୀପ ବେହେରା, ପ୍ରଭାତ ଦାଶ, ପ୍ରଶାନ୍ତ ନାୟକ, ପ୍ରଦୀପ୍ତ ନାୟକ ଓ ଭରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଦିନ ଏଥିରେ ୭୦ରୁ ୮୦ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇ ଯାତ୍ରାରେ ପ୍ଲାଷ୍ଟିକ୍ ବର୍ଜନ ସ୍ଲୋଗାନ ଦେଇ ପଡ଼ିଆରୁ ପଲିଥିନ୍, ଜରି ଓ ଅଳିଆ ସଫା କରୁଛନ୍ତି। ଆସନ୍ତା ୧୨ ଯାଏଁ ଏହା ଚାଲିବ।
ବାଲିଯାତ୍ରାରେ ପ୍ରଦୂଷଣ ଓ ପ୍ଲାଷ୍ଟିକ୍ମୁକ୍ତ ସଚେତନତା କାର୍ଯ୍ୟକ୍ରମ
Advertisment
Follow Us