ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଆହ୍ଵାନ

Advertisment

‘ଜନ ଏକତା- ଜନଅଧିକାର ଆନ୍ଦୋଳନ’ର ମଶାଲ ଶୋଭାଯାତ୍ରା

‘ଜନ ଏକତା- ଜନଅଧିକାର ଆନ୍ଦୋଳନ’ର ମଶାଲ ଶୋଭାଯାତ୍ରା

ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଆହ୍ଵାନ

ଭୁବନେଶ୍ୱର: ସାରା ଦେଶରେ ଏକଶହ ଗଣ ସଙ୍ଗଠନକୁ ନେଇ ଗଠିତ ‘ଜନ ଏକତା- ଜନଅଧିକାର ଆନ୍ଦୋଳନ’ ପକ୍ଷରୁ ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଆହ୍ଵାନରେ ସାରା ଓଡ଼ିଶାର ସମସ୍ତ ସହର, ଜିଲ୍ଲା ସଦର ମହକୁମାଠାରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ୱରରେ ସଙ୍ଗଠନ ପକ୍ଷରୁ ରାଜମହଲ ଛକରୁ ଏକ ଶୋଭାଯାତ୍ରା ବାହାରି ରାମ ମନ୍ଦିରଠାରେ ପହଞ୍ଚିଥିଲା। ଜନ ଏକତା-ଜନଅଧିକାର ଆନ୍ଦୋଳନ ସମନ୍ଵୟ କମିଟି ଆବାହକ ହନନ୍‌ ମୁଲ୍ଲା, ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ହେମନ୍ତ ମେହର ପ୍ରମୁଖ ସଭାରେ ବକ୍ତବ୍ୟ ରଖିଥିଲେ। ଦେଶରେ ଚାଲିଥିବା କର୍ପୋରେଟ୍‌ ଲୁଣ୍ଠନ ଓ ସାମ୍ପ୍ରଦାୟିକ ରାଜନୀତି ବିରୋଧରେ ସମସ୍ତେ ଏକତ୍ରିତ ହେବାକୁ ସଂଗଠନ ପକ୍ଷରୁ ଆହ୍ଵାନ ଦିଆଯାଇଥିଲା। ମଶାଲ ଶୋଭାଯାତ୍ରାରେ ସୌରୀବନ୍ଧୁ କର, ଜୟନ୍ତ ଦାସ, ରାଧାକାନ୍ତ ସେଠୀ, ସୁରେଶ ପାଣିଗ୍ରାହୀ ଓ ସୁର ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe