ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆରବିଆଇର ସଚେତନତା

Advertisment
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆରବିଆଇର ସଚେତନତା

ଭୁବନେଶ୍ଵର: ରମାଦେବୀ ବିଶ୍ଵବିଦ୍ୟାଳୟରେ ସାଇବର୍‌ ଠକେଇକୁ ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଭୁବନେଶ୍ବର ଅମ୍ବୁଡ୍‌ସ୍‌ମ୍ୟାନ୍ ପଙ୍କଜ ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର୍‌ ଠକେଇର ବିଭିନ୍ନ ଦିଗ ଓ ଏଥିରୁ କେମିତି ବର୍ତ୍ତି ହେବ, ସେ ସଂପର୍କରେ ଆଲୋଚନା କରିଥିଲେ। ସେ କହି‌ଥିଲେ ଯେ ଲୋଭ, ଭୟ ଓ ଅବହେଳାରୁ ଲୋକମାନେ ସାଇବର୍‌ ଠକଙ୍କ ଜାଲରେ ପଡ଼ୁଛନ୍ତି। ‘ଥାର୍ଡ ପାର୍ଟି ଆପ୍’ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ।

‘ଆରବିଆଇ ନିୟନ୍ତ୍ରିତ ସଂସ୍ଥା ବିରୋଧରେ ଅଭିଯୋଗ ଓ ତାର ନିରାକରଣ’ ଶୀର୍ଷକ ଏହି ସଚେତନତା ଶିବିରରେ ଡେପୁଟି ଅମ୍ବୁଡ୍‌ସ୍‌ମ୍ୟାନ୍ ଆଶିଷ କେରକଟା ଯୋଗ ଦେଇ ବିଭିନ୍ନ ପ୍ରକାରର ସାଇବର ଠକେଇ ସଂପର୍କରେ ସଚେତନ କରାଇଥିଲେ। ରିଜର୍ଭ ବ୍ୟାଙ୍କ ଭୁବନେଶ୍ବରର ଦେବୀକା ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ବିଭାଗର ଭାରପ୍ରାପ୍ତ ଅଧ୍ୟକ୍ଷା ମଧୁସ୍ମିତା ପତି, ଛାତ୍ରୀ କଲ୍ୟାଣ ନିର୍ଦ୍ଦେଶିକା ଶିଖା ସିଂ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe