ଭୁବନେଶ୍ବର: ଚନ୍ଦ୍ରଶେଖରପୁର ରାଧାକୃଷ୍ଣ ବସ୍ତିରେ ବିଚାର ଭାରତୀ ଟ୍ରଷ୍ଟର ‘ଶ୍ରୀ’ ପ୍ରୋଜେକ୍ଟ ତରଫରୁ ଋତୁସ୍ରାବକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କିଶୋରୀ ଓ ମହିଳାମାନେ ମାସିକ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତାକୁ ଗୁରୁତ୍ୱ ଦେବେ ସେ ବିଷୟରେ ସଚେତନ କରାଯିବା ସହ ସାନିଟାରି ନ୍ୟାପକିନ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ସାନିଟାରି ନ୍ୟାପକିନ ବଣ୍ଟା ଯାଇଥିଲା। ଏଥିରେ ‘ଶ୍ରୀ’ ପ୍ରୋଜେକ୍ଟର ମୁଖ୍ୟ ପ୍ରୀତିଛନ୍ଦା ଧଳ, ଉପଦେଷ୍ଟା ସମାଜସେବୀ ନମ୍ରତା ଚଢ଼ା, ସଂଘମିତ୍ରା ପଣ୍ଡା, ସଂଯୋଜିକା ବବିତା ସ୍ବାଇଁ, ନଳିନୀପ୍ରଭା ସାହୁଙ୍କ ସମେତ ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
Follow Us