ଡିଜିଟାଲ ଆର୍ଥିକ କାରବାର ସମ୍ପର୍କିତ ସଚେତନତା

Advertisment
ଡିଜିଟାଲ ଆର୍ଥିକ କାରବାର ସମ୍ପର୍କିତ ସଚେତନତା

msb.ac.in

ଭୁବନେଶ୍ବର: ସେବାନିବୃତ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଫୋରମ୍‌ ପକ୍ଷରୁ ଡିଜିଟାଲ ଆର୍ଥିକ କାରବାରରେ ଠକାମି ଓ ଜାଲିଆତି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁରସ୍ଥିତ ଏମ୍‌ଆଇଟିଏସ୍‌ ସ୍କୁଲ୍‌ ଅଫ୍‌ ବାୟୋଟେକ୍ନୋଲୋଜିଠାରେ ଅନୁଷ୍ଠିତ ହୋଇଯାଇଛି।

ସୁରକ୍ଷିତ ଉପାୟରେ ଡିଜିଟାଲ ନେଣଦେଣ ସଂପର୍କରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ସଚେତନ କରାଇଥିଲେ। ଏହାସହ କିପରି ବିଭିନ୍ନ ଉପାୟରେ ଡିଜିଟାଲ ଠକେଇ ବଢ଼ି ଚାଲିଛି ଓ ନୂଆ ନୂଆ ମାଧ୍ୟମରେ ଠକମାନେ ଲୋକଙ୍କୁ ଠକୁଛନ୍ତି ଏବଂ କିପରି ସେଥିରୁ ଆମେ ସୁରକ୍ଷିତ ରହିପାରିବା, ସେ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଧନେଶ୍ୱର ସାହୁ ଓ ଅନ୍ୟ ଅଧିକାରୀମାନେ ବିଶଦ୍‌ ଭାବେ ଆଲୋକପାତ କରିଥିଲେ। ସ୍କୁଲ ତରଫରୁ ସିଇଓ ଶ୍ରୀରାମ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ଜି.କେ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe