ମହିଳା ପୁଲିସ୍‌ଙ୍କ ପାଇଁ ସଚେତନତା କର୍ମଶାଳା

Advertisment
ମହିଳା ପୁଲିସ୍‌ଙ୍କ ପାଇଁ ସଚେତନତା କର୍ମଶାଳା

ଭବୁନେଶ୍ବର: କନଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ)ର ମହିଳା ଶାଖା ଓ କମିସନରେଟ୍‌ ପୁଲିସର ମିଳିତ ଆନୁକୂଲ୍ୟରେ ମହିଳା ପୁଲିସମାନଙ୍କ ପାଇଁ ଏକ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ବଚ୍ଛତା, ଚର୍ମର ଯତ୍ନ ଏବଂ ପୋଷଣ ଆଦି ବିଷୟବସ୍ତୁ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ କର୍ମଶାଳାକୁ ଉଦ୍‌ଘାଟନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କ ପ୍ରଶଂସା କରିଥିଲେ।

ସିଆଇଆଇ ଆଇଡବ୍ଲୁଏନ୍‌ ଓଡ଼ିଶାର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ସ୍ବାଗତ ଅଭିଭାଷଣ ଦେଇ ସମାଜରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ବୈଷୟିକ କର୍ମଶାଳାରେ ଡାକ୍ତର ସୁଜାତା କର, ଡାକ୍ତର ଲିତା ମହାପାତ୍ର ଏବଂ ପିଙ୍କି ମୋତୱାନୀ ମହିଳାମାନଙ୍କ ସଂପର୍କିତ ବିଭିନ୍ନ ବିଷୟବସ୍ତୁ ଯଥା ଋତୁସ୍ରାବ, ସ୍ବଚ୍ଛତା, ଚର୍ମର ଯତ୍ନ ଓ ପୋଷଣ ଉପରେ ସଚେତନତା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe