ଦରମା ବୃଦ୍ଧି ନହେଲେ ସାମୂହିକ ଇସ୍ତଫା ଚେତାବନୀ ଦେଲେ ଆୟୁଷ ଡାକ୍ତର

ଆସନ୍ତା ବିଧାନସଭାର ମୌସୁମୀ ଅଧିବେସନ ପୂର୍ବରୁ ଦରମା ଦୁଇଗୁଣ ନ ହେଲେ ସାମୁହିକ ଇସ୍ତଫା ଦେବା ସହିତ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇବାକୁ ଓଡ଼ିଶା ଆୟୁଷ ଡା.କ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି।

doctor

ଭୁବନେଶ୍ବର: ଆସନ୍ତା ବିଧାନସଭାର ମୌସୁମୀ ଅଧିବେସନ ପୂର୍ବରୁ ଦରମା ଦୁଇଗୁଣ ନ ହେଲେ ସାମୁହିକ ଇସ୍ତଫା ଦେବା ସହିତ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇବାକୁ ଓଡ଼ିଶା ଆୟୁଷ ଡା.କ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କହାଯାଇଛି ‌ଯେ ବାରମ୍ବାର ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସହ ସରକାରୀ ଦଳର ବିଭିନ୍ନ ନେତୃବୃନ୍ଦଙ୍କ ସହିତ ଆଲୋଚନା ପରେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ଆୟୁଷ ଡା.କ୍ତରଙ୍କ ଦରମା ବୃଦ୍ଧି କରିନାହାନ୍ତି କିମ୍ବା ନିୟମିତ କରିନାହାନ୍ତି। 

ବାରମ୍ବାର ଏନେଇ ସରକାର, ବିଭାଗୀୟ ଅଧିକା‌ରୀଙ୍କୁ ଜଣାଇଲେ କେବଳ ପ୍ରତିଶ୍ରୁତି ମିଳୁଛି। ତେଣୁ ଆସନ୍ତା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଦରମା ଦୁଇଗୁଣ ସହିତ ୫ ଦଫା ଦାବି ପୂରଣ ନ ହେଲେ ସାମୁହିକ ଇସ୍ତଫା ଦେବା ସହିତ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇବାକୁ ଓଡ଼ିଶା ଆୟୁଷ ଡା.କ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ରାଜ୍ୟ ଅଧ୍ୟକ୍ଷ ଡା.. ବିଶ୍ବରଞ୍ଜନ ଜେନା ଚେତାବନୀ ଦେଇଛନ୍ତି। ନିୟମିତ ଆୟୁଷ ଡା.କ୍ତରଙ୍କ ପରି ବେତନ ବୃଦ୍ଧି, ଚାକିର ନିୟମିତ କରିବା,  ଆୟୁଷ ଔଷଧର ନିୟମିତ ଯୋଗାଣ, ସ୍ବତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ସୃଷ୍ଟି ଆଦି ଦାବି କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡା.. ସଲୀଳ ମୋହିନୀ ମହାନ୍ତି, ଡା. ସସ୍ମିତା ମହାନ୍ତ, ଡା. ସ୍ମୃତିରଞ୍ଜନ ସାହୁ, ଡା. ଶୁଭେନ୍ଦୁ ଦାସ, ଡା. ତପନ ସାମଲ, ଡା. ସୁବ୍ରତ ମହାପାତ୍ର, ଡା. ପ୍ରଦୀପ ଚମ୍ପତ୍ତି, ଡା. ବିକେ ପ୍ରଶାନ୍ତ, ଡା. ବିଭୂତି ଭୂଷଣ ଜତି, ଡା. ରବୀନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe