‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ବିବିଧ କାର୍ଯ୍ୟକ୍ରମ

Advertisment

ତଥ୍ୟ ସଂଗ୍ରହ, ନଥିକରଣ ଓ ଡିଜିଟାଲ ସଂରକ୍ଷଣ ଉପରେ ଗୁରୁ

ତଥ୍ୟ ସଂଗ୍ରହ, ନଥିକରଣ ଓ ଡିଜିଟାଲ ସଂରକ୍ଷଣ ଉପରେ ଗୁରୁ

‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ବିବିଧ କାର୍ଯ୍ୟକ୍ରମ

ଭୁବନେଶ୍ୱର : ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। ବିଭାଗ ପକ୍ଷରୁ ଆଜି ଅନୁଷ୍ଠିତ ଏକ ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଭାଗୀୟ ଅଧିକାରୀମାନଙ୍କ ସହ ଏ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ମହୋତ୍ସବର ବାର୍ତ୍ତା ସମାଜର ସବୁସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ନଥିକରଣ, ଆଲୋଚନାଚକ୍ର, ପ୍ରଦର୍ଶନୀ ଆୟୋଜନ, ପୁସ୍ତକ ପ୍ରକାଶନ, କ୍ଷୁଦ୍ରଚ୍ଚିତ୍ର ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ଥିଲେ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ବଳିତ ସ୍ୱତନ୍ତ୍ର ସଂକଳନର ପ୍ରକାଶନ, ତାହାର ଡିଜିଟାଲ ସଂସ୍କରଣ ପ୍ରସ୍ତୁତି, ୧୯୭୦ ମସିହାରେ ପ୍ରକାଶିତ ‘ଗାନ୍ଧୀଜୀ ଏବଂ ଓଡ଼ିଶା’ ପୁସ୍ତକର ପୁନଃପ୍ରକାଶନ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ବିଶେଷାଙ୍କ ପ୍ରକାଶନ କରାଯିବ ବୋଲି କୁହାଯାଇଥିଲା। ସେହିପରି ଓଡ଼ିଶାର ୭୫ଜଣ କୃତୀ ସନ୍ତାନଙ୍କ ସାମଗ୍ରିକ ଜୀବନ ଓ ଅବଦାନକୁ ନେଇ ୱେବିନାରମାନ ଆୟୋଜନ କରାଯିବ। ଇରମ୍‌, ପାପଡ଼ାହାଣ୍ଡି, କପ୍ତିପଦା, ସାଲିହା, ଇଞ୍ଚୁଡ଼ି, ଘେଁସ ଆଦି ସ୍ୱାଧୀନତା ସଂଗ୍ରାମର ସ୍ମୃତିଜଡ଼ିତ ଐତିହାସିକ ପୀଠଗୁଡ଼ିକରେ ବି ଏହି ଉତ୍ସବ ପାଳନ କରାଯିବ। ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧ କବିତା ଆବୃତ୍ତି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯିବ। ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଲେନିନ୍‌ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ ସନ୍ତୋଷ ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ସୂର୍ଯ୍ୟରଞ୍ଜନ ମହାନ୍ତି, ସ୍ମିତା କର ଏବଂ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe