୧୨ ନମ୍ବର ୱାର୍ଡରେ ଆଜାଦୀ କା ଅମୃତ ମହୋତ୍ସବ

୧୨ ନମ୍ବର ୱାର୍ଡରେ ଆଜାଦୀ କା ଅମୃତ ମହୋତ୍ସବ

ଚନ୍ଦ୍ରଶେଖରପୁର: ବିଏମ୍‌ସି ୧୨ନମ୍ବର ୱାର୍ଡର କାଳୀ ମନ୍ଦିର କମ୍ୟୁନିଟି ହଲ୍‌ରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ବିଏମ୍‌ସି ଉତ୍ତର ମଣ୍ଡଳର ଡେପୁଟି କମିସନର୍‌ ପୁରନ୍ଦର ନନ୍ଦ ମୁଖ୍ୟ ଅତିଥି ଓ କର୍ପୋରେଟର ଜୟନ୍ତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମୋ ଭୁବନେଶ୍ୱର ସ୍ୱଚ୍ଛ ଭୁବନେଶ୍ୱର, ସ୍ୱଚ୍ଛତା ଓ ପରିମଳ ବିଷୟ ଉପରେ ଚିତ୍ରାଙ୍କନ, ପୋଷ୍ଟର, ପେଣ୍ଟିଂ, ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସିଇଓ ସିପ୍ରାରାଣୀ ମିଶ୍ର, ସାନିଟାରି ଇନ୍ସପେକ୍ଟର୍‌ ପୌମେନ୍ଦ୍ର ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଚଗଲା ଜେନା, ଗଗନ ବିହାରୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଚାରକ ଭାବେ ବସନ୍ତ କୁମାର ତ୍ରିପାଠୀ ଓ ଦେବୀରାଣୀ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ୱାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe