ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଏକାଠି ହୋଇଛନ୍ତି ଗ୍ରାଜୁଏଟ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ଗେଟ୍ ସ୍କୋର କାର୍ଡକୁ ବିରୋଧ କରି ପୂର୍ବ ଭଳି ଓପିଏସସି ନିଜେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ପରୀକ୍ଷା କରି ଚୟନ ପାଇଁ ସେମାନେ ଦାବି କରିଛନ୍ତି।
ଜଳସମ୍ପଦ ବିଭାଗ ଦ୍ବାରା ଏଇଇ ପରୀକ୍ଷା ଗ୍ରୁପ୍ ଏ ଗେଜେଟ ନୋଟିସ୍ ବାହାରିଛି, ଯେଉଁଥିରେ ନୂତନ ଢାଞ୍ଚାରେ ଗେଟ୍ ସ୍କୋର କାର୍ଡକୁ ଗୁରୁତ୍ଵ ଦିଆଯାଇଛି। ଏଥିରେ ହଜାର ହଜାର ଛାତ୍ରଛାତ୍ରୀ ଫର୍ମ ଆବେଦନରୁ ବଞ୍ଚିତ ହେବେ। ତେଣୁ ଏହି ଏଇଇ ପରୀକ୍ଷାରେ ଗେଟ୍ ସ୍କୋର ଚୟନ ପ୍ରକିୟାକୁ ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ମୁଖ୍ୟ ଶାସନସଚିବଙ୍କୁ ଦାବିପତ୍ର ଦେବାକୁ ଶତାଧିକ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକାଠି ହୋଇଛନ୍ତି। ଓପିଏସସି ଗେଟ୍ ସ୍କୋର କାର୍ଡକୁ ବାଦ ଦେଲେ ଗ୍ରାମାଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସେମାନେ କହିଛନ୍ତି। ଏନେଇ ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଗେଟ୍ ସ୍କୋର କାର୍ଡକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକାଠି ହେଲେ ବିଟେକ୍ ଛାତ୍ରଛାତ୍ରୀ
Advertisment
Follow Us